Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସର୍ବ ଭାରତୀୟ ଫୁଟବଲ କପ ଟୁର୍ଣ୍ଣାମେଣ୍ଟ, ମଙ୍ଗଳା କ୍ଲବ କଟକ ଚମ୍ପିଆନ

by ସଞ୍ଜୟ ସ୍ୱାଇଁ
January 19, 2025
in Nayagarh, Sports, State
ସର୍ବ ଭାରତୀୟ ଫୁଟବଲ କପ ଟୁର୍ଣ୍ଣାମେଣ୍ଟ, ମଙ୍ଗଳା କ୍ଲବ କଟକ ଚମ୍ପିଆନ
314
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଖେଳ ପଡିଆ ଠାରେ ସର୍ବ ଭାରତୀୟ ଫୁଟବଲ କପ ଟୁର୍ଣ୍ଣାମେଣ୍ଟର ଆଜି ଫାଇନାଲ ଦିବସ । ଫାଇନାଲ ମ୍ୟାଚରେ ଆଜି ମଙ୍ଗଳା କ୍ଲବ କଟକ ବନାମ ସମ୍ବଲପୁର ଏକାଡେମୀ ପରସ୍ପରକୁ ଭେଟିଥିଲେ । ଆଜିର ଖେଳରେ ମଙ୍ଗଳା କ୍ଲବ କଟକ ୩-୦ ଗୋଲରେ ବିଜୟ ଲାଭ କରି ଚମ୍ପିଆନ ହୋଇଛି । ଆଜି ଫାଇନାଲ ଦିବସରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିଲେ ।

ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ନୟାଗଡ଼ ପୌରଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ବରିଷ୍ଠ ବିଜେଡି ନେତ୍ରୀ ଇରାନୀ ରାୟ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ଜିଲ୍ଲା ପରିଷଦ ବିରଜାଲକ୍ଷ୍ମୀ ସାହୁ, ସୁବାଷ କଅଁର, ଆଶିଷ ଅଗ୍ରୱାଲ, ନୟାଗଡ଼ କ୍ଲବର ସଭାପତି ଅଶୋକ କୁମାର ନାୟକ, ପୁର୍ତ ବିଭାଗର ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ଶତପଥୀ, ସମାଜ ସେବୀ ପ୍ରଦୀପ କୁମାର ସାହୁ, ସିଭିଲ ସୋସାଇଟ ପକ୍ଷରୁ ରୋଟାରିଆନ ଗୋଦାବରୀ ସାହୁ, ନୟାଗଡ଼ ପ୍ରାଇଭେଟ ବସ ଅଶୋସିଏସନ ସଭାପତି ମନୋଜ କୁମାର ନାୟକ, ସୁନାଖଳା ଫ୍ରେଣ୍ଡସ କ୍ଲବ ସଭାପତି ପୁର୍ଣ୍ଣଚନ୍ଦ୍ର ନାୟକ, ହିରୋ ମୋଟର ପ୍ରୋପାଇଟର ରବିନ୍ଦ୍ର କୁମାର ସାହୁ, ନୟାଗଡ଼ କଲେଜର ପୂର୍ବତନ ଅଧ୍ୟକ୍ଷ ସୁରେଶ ପ୍ରଧାନ, ଇଂ. ଶେଖ୍ ଇସୁଫ ଓ ଅନୁୱାର ଅଲ୍ଲୀ ପ୍ରମୁଖ ଯୋଗ ଦେଇଥିଲେ ।

୭୮୬ ୟୁଥ କ୍ଲବ ସିନ୍ଦୁରିଆ, ମଣିଙ୍ଗ କ୍ଲବ ନୟାଗଡ଼ ଆଥଲେଟିକ ଆସୋସିଏସନ ଓ ନୟାଗଡ଼ କ୍ଲବ ମିଳିତ ଉଦ୍ୟମରେ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି । ଆଜିର ଖେଳରେ ଚମ୍ପିଆନ ଦଳକୁ ପ୍ରାଇଭେଟ ବସ ଓନର ଆସୋଶିଏସନ ପକ୍ଷରୁ ୫୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଏଥି ସହିତ ରନର୍ସ ଅଫ ଦଳକୁ ୩୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଆଜି ଖେଳର ଶ୍ରେଷ୍ଠ ଖେଳାଳୀ ଭାବେ ମଙ୍ଗଳା କ୍ଲବ କଟକର ପ୍ରକାଶ କୁମାର ନାୟକଙ୍କୁ ଶ୍ରେଷ୍ଠ ଖେଳାଳୀ ଭାବେ ଟ୍ରଫି ସହ ଅର୍ଥ ରାଶି ପ୍ରଦାନ କରାଯାଇଥିଲା ।

ସେହିପରି ମଙ୍ଗଳାବାଗର ଦୀନବନ୍ଧୁ ଦାସଙ୍କୁ ସମସ୍ତ ଦୀନର ଶ୍ରେଷ୍ଠ ଖେଳାଳୀ ଭାବେ ଟ୍ରଫି ସହ ଅର୍ଥ ରାଶି ପ୍ରଦାନ କରାଯାଇଥିଲା । ବେଷ୍ଟ ଗୋଲ କିପର ଭାବେ ସମ୍ବଲପୁର ଏକାଡେମୀର ଗୋଲକିପର ମାଥୀ ଅଙ୍ଗା ଦାଇନାରୀଙ୍କୁ ଶ୍ରେଷ୍ଠ ଗୋଲକିପର ଭାବେ ଟ୍ରଫି ପ୍ରଦାନ କରାଯାଇଥିଲା । ୬ ଦିନ ଖେଳରେ ଯେଉଁ ମାନେ ସହଯୋଗ କରିଥିଲେ ସେମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଜି ଖେଳରେ ମୁକ୍ଷ୍ୟ ରେଫରୀ ଭାବେ ରାଜୁ ମହାନ୍ତି ଖେଳ ପରିଚାଳନା କରୁଥିବା ବେଳେ ସହାୟକ ରେଫରୀ ଭାବେ ଶଶୀକାନ୍ତ ଦାସିଆ ଓ ଦେବରାଜ ସ୍ୱାଇଁ ଖେଳ ପରିଚାଳନା କରିଥିଲେ ।

ଚତୁର୍ଥ ରେଫରୀ ଭାବେ ଜ୍ୟୋତି ରଞ୍ଜନ ସ୍ୱାଇଁ ଓ ମ୍ୟାଚ କମିଶନର ଭାବେ ଆଲୋକ ଦାସ ଖେଳ ପରିଚାଳନା କରିଥିଲେ । ଆଜି ଖେଳର ଉଦଘୋଷକ ଭାବେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଶେଖ ଅବଦୁଲ ଖାଲ୍ଲିକ, ପ୍ରଫେସର ଆଶୁତୋଷ ମିଶ୍ର ଓ ଭାଗିରଥି ପାସା ଯୋଗ ଦେଇଥିଲେ । ହଜାର ହଜାର ସଂଖ୍ୟକ ଦର୍ଶକ ଖେଳର ମଜା ଉଠାଇଥିଲେ । ପଡିଆ ଭିତର ଓ ବାହାର ଲୋକାରଣ୍ୟ ହୋଇଥିଲା । ଖେଳ ଆରମ୍ଭରୁ ଏକ ହଜାର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!