ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଖେଳ ପଡିଆ ଠାରେ ସର୍ବ ଭାରତୀୟ ଫୁଟବଲ କପ ଟୁର୍ଣ୍ଣାମେଣ୍ଟର ଆଜି ଦ୍ୱିତୀୟ ଦିବସ । ଆଜିର ଖେଳ ୟୁନାଇଟେଡ କ୍ଲବ ଗଣ୍ଡରପୁର ବନାମ ସମ୍ବଲପୁର ଏକାଡେମୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ଯୋଗ ଦେଇଥିଲେ । ୭୮୬ ୟୁଥ କ୍ଲବ ସିନ୍ଦୁରିଆ, ମଣିଙ୍ଗ କ୍ଲବ ନୟାଗଡ଼ ଆଥଲେଟିକ ଆସୋସିଏସନ ଓ ନୟାଗଡ଼ କ୍ଲବ ମିଳିତ ଉଦ୍ୟମରେ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି ।

ସମ୍ମାନିତ ଅତିଥି ଭାବେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସୁବାଷ କଅଁର, ପରିବହନ ଅଧିକାରୀ ଇଂ. ପ୍ରଶାନ୍ତ ପରିଡା, ପ୍ରାଇଭେଟ ବସ ଆଶୋସିଏସନର ସଭାପତି ମନୋଜ କୁମାର ନାୟକ, ନୟାଗଡ଼ ପୌରାଞ୍ଚଳ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ବାଲୁଗାଁ ସରପଞ୍ଚ ମନୋଜ କୁମାର ନାୟକ, ତିନି ନମ୍ବର କାଉନସିଲର ସ୍ୱୟଂପ୍ରଭା ମିଶ୍ର, ସରପଞ୍ଚ ନିରଞ୍ଜନ ବିଧାର, ଇଂ. ଏସ.କେ.ଇସୁଫ, ଜାନବ ଏସ.କେ.ନଇନ ଓ ଅନୁୱାର ଅଲ୍ଲୀ ପ୍ରମୁଖ ଯୋଗ ଦେଇଥିଲେ । ଆଜିର ଖେଳ ବେସ ଚିତାକର୍ଷକ ହୋଇଥିଲା ।

ଉଭୟ ଦଳ ଉଭୟଙ୍କୁ ଖେଳ ଶେଷ ପର୍ଯ୍ୟନ୍ତ ଦୁଇ ଦୁଇ ଗୋଟିଏ ଗୋଲ ଦେଇଥିଲେ । ଶେଷରେ ଟ୍ରାଇ ବେକରର ସାହାଯ୍ୟ ନିଆଯାଇଥିଲା । ଟ୍ରାଇ ବେକର ସହାୟତାରେ ସମ୍ବଲପୁର ଏକାଡେମି ୫-୩ ଗୋଲରେ ବିଜୟ ଲାଭ କରିଛି । ଶ୍ରେଷ୍ଠ ଖେଳାଳୀ ଭାବେ ସମ୍ବଲପୁରର ୧୭ ନମ୍ବର ଖେଳାଳୀ ଆତାନାଲ, ନିଉମାଲା ବିବେଚିତ ହୋଇଥିଲେ । ତାଙ୍କୁ ଅତିଥି ମାନେ ଟ୍ରଫି ପ୍ରଦାନ କରିଥିଲେ । ଆଜି ଖେଳର ମୁଖ୍ୟ ରେଫରୀ ଭାବେ ଜ୍ୟୋତି ରଞ୍ଜନ ସ୍ୱାଇଁ ପରିଚାଳନା କରୁଥିବା ବେଳେ ସହାୟକ ରେଫରୀ ଭାବେ ଶଶୀକାନ୍ତ ଦାସିଆ, ଦେବରାଜ ସ୍ୱାଇଁ ଖେଳ ପରିଚାଳନା କରିଥିଲେ ।

ଚତୁର୍ଥ ରେଫରୀ ଭାବେ ରାଜକିଶୋର ମହାନ୍ତି ଓ ମ୍ୟାଚ କମିଶନର ଭାବେ ଆଲୋକ ଦାସ ଖେଳ ପରିଚାଳନା କରିଥିଲେ । ଆଜି ଖେଳର ଉଦଘୋଷକ ଭାବେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଶେଖ ଅବଦୁଲ ଖାଲ୍ଲିକ, ପ୍ରଫେସର ଆଶୁତୋଷ ମିଶ୍ର ଓ ଭାଗିରଥି ପାସା ଯୋଗ ଦେଇଥିଲେ । ହଜାର ହଜାର ସଂଖ୍ୟକ ଦର୍ଶକ ଖେଳର ମଜା ଉଠାଇଥିଲେ । ଆସନ୍ତା କାଲି ପ୍ରଥମ ସେମି ଫାଇନାଲ । କେବିଏନ ନେପାଳ ଗଞ୍ଚ ମଣିପୁର ସହିତ ପ୍ରଥମ ଦିନର ବିଜେତାଙ୍କ ସହ ଖେଳ ଅନୁଷ୍ଠିତ ହେବ ।







