Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ସର୍ବ ଭାରତୀୟ ଫୁଟବଲ କପ ଉଦ୍‌ଘାଟିତ, ଜଗା ୟୁନାଇଟେଡ୍ ଭୁବନେଶ୍ୱର ଦୁଇ ଗୋଲରେ ବିଜୟୀ

by ସଞ୍ଜୟ ସ୍ୱାଇଁ
January 7, 2024
in Nayagarh, Sports, State
ନୟାଗଡ଼ ସର୍ବ ଭାରତୀୟ ଫୁଟବଲ କପ ଉଦ୍‌ଘାଟିତ, ଜଗା ୟୁନାଇଟେଡ୍ ଭୁବନେଶ୍ୱର ଦୁଇ ଗୋଲରେ ବିଜୟୀ
295
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଆଜିଠୁ ଆରମ୍ଭ ହୋଇଛି ନୟାଗଡ଼ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ନୟାଗଡ଼ କପ ୨୦୨୪ । ଆଜି ଦିବା ୩ ଘଟିକା ସମୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ସିନ୍ଦୁରିଆ ୭୮୬ ୟୁଥ କ୍ଲବ, ଜିଲ୍ଲା ଆଥଲେଟିକ ଆସୋସିଏସନ, ନୟାଗଡ଼ କ୍ଲବ ଓ ନୟାଗଡ଼ ମଣିଂ କ୍ଲବ ଆନୁକୁଲ୍ୟରେ ଉକ୍ତ ମ୍ୟାଚ ଅନୁଷ୍ଠିତ ହୋଇଛି ।

ଆଜି ଜଗା ୟୁନାଇଟେଡ୍ ଭୁବନେଶ୍ୱର ବନାମ ଇଣ୍ଟରନ୍ୟାସନାଲ ଫଗୱାଡା ପଞ୍ଚାବ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମାର୍ଦ୍ଧରେ ଖେଳକୁ ଉଦ୍‌ଘାଟନ କରିଥିଲେ ବରିଷ୍ଠ ଫୁଟବଲ କୋଚ ଆଲୋକ କୁମାର ଦାସ । ସମ୍ମାନିତ ଅତିଥି ଭାବେ ଏସ.କେ.ୟୁସୁଫ, ହଜରତ ଅଲ୍ଲି ଖାଁ, ଭବାନୀ ଶଙ୍କର ଦାସ, ନୟାଗଡ଼ କ୍ଲବର ସଭାପତି ରବିନ୍ଦ୍ର ନାଥ ସାହୁ, ଡ. ସିଦ୍ଧାର୍ଥ ଦାସ, ଜିଲ୍ଲା ପରିଷଦ ସୁବାଷ କଅଁର ପ୍ରମୁଖ ଯୋଗ ଦେଇ ଖେଳକୁ ଆରମ୍ଭ କରିଥିଲେ । ଖେଳ ଦ୍ୱିତୀୟାର୍ଦ୍ଧରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଭାପୁର ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ଜିଲ୍ଲା ପରିଷଦ ସରୋଜ ରଣସିଂ, ଆଶିଷ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଆଜିର ମ୍ୟାଚରେ ଜଗା ୟୁନାଇଟେଡ୍ ପଞ୍ଚାବ ଦଳକୁ ଦୁଇଗୋଟି ଗୋଲ ଦେଇଥିଲା । ଜଗା ୟୁନାଇଟେଡ୍ ୨-୦ ଗୋଲରେ ବିଜୟ ଲାଭ କରିଛି । ଜଗା ୟୁନାଇଟେଡ୍‌ର ୧୬ ନମ୍ବର ଖେଳାଳୀକୁ ଆଜିର ଶ୍ରେଷ୍ଠ ଖେଳାଳୀ ଭାବେ ପୁରସ୍କୃତ କରାଯାଇଥିଲା । ରେଫରୀ ଭାବେ ରାଜୁ ମହାନ୍ତି, ଅଶୋକ କଅଁର, ସଚିକାନ୍ତ ଦିଶିଆ ଓ ପ୍ରଶନ୍ନ ନାୟକ ଖେଳ ପରିଚାଳନା କରିଥିଲେ । ସେଖ ଅବଦୁଲ ଖାଲିକ ଖେଳର ଉଦଘୋଷକ କରିଥିଲେ । ଆଜିର ପ୍ରଥମ ଦିନରେ ହଜାର ହଜାର ଦର୍ଶକ ଦେଖିବାକୁ ମିଳିଥିଲା । ଆସନ୍ତା କାଲି ସ୍ପୋର୍ଟସ ଓଡିଶା କଟକ ବନାମ ଟାଟା ଫୁଟବଲ ଏକାଡେମୀ ଜାମ୍‌ସେଦପୁର ମଧ୍ୟରେ ଖେଳ ଅନୁଷ୍ଠିତ ହେବ ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!