ନୟାଗଡ଼,(ବାଘୁଆବାର୍ତ୍ତୀ): ନୂଆପଡ଼ା ଜିଲ୍ଲାରେ ଯାଇ କାମ କରୁଥିବା ୧୬ ଜଣ ନିର୍ମାଣ ଶ୍ରମିକ ଆଜି ନୟାଗଡ଼ ଫେରିଥିବା ଜଣାଯାଇଛି । ଏକ ସ୍ୱତନ୍ତ୍ର ବସ ଯୋଗେ ସେମାନଙ୍କୁ ନୂଆପଡ଼ା ପ୍ରଶାସନ ନୟାଗଡ଼ ପଠାଇଥିବା ଜଣାଯାଇଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଶରଣକୂଳ ନିକଟସ୍ଥ ଭାଲିଆଡିହି ଅଂଚଳର ୧୬ଜଣ ଶ୍ରମିକ ନୂଆପଡ଼ା ଜିଲ୍ଲାରେ କାମ କରୁଥିଲେ । ଶ୍ରମ ବିଭାଗ ସହଯୋଗରେ ସେମାନେ ଜିଲ୍ଲାକୁ ଫେରିଥିବା ଶ୍ରମିକମାନେ କହିଛନ୍ତି ।






