ନୟାଗଡ଼,(ବାଘୁଆବାର୍ତ୍ତା): ରାଜ୍ୟ ବାହାରର ବିଭିନ୍ନ ଅଂଚଳରୁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୨୧ ଜଣ ପ୍ରବାସୀ ଓଡ଼ିଆ ଖଣ୍ଡପଡ଼ା ବ୍ଳକ ଅଂଚଳକୁ ଆସିଥିବା ବିଡିଓ ପ୍ରମୋଦ କୁମାର ନାୟକଙ୍କଠାରୁ ପ୍ରକାଶ । ଖଣ୍ଡପଡ଼ା ବ୍ଳକର ବେଣାଗାଡ଼ିଆ ପଂଚାୟତ ଅଧିନ କାଦୁଆ ଗ୍ରାମରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ଅସ୍ଥାୟୀ ଶିବିରରେ ୧୪ ଜଣ ପ୍ରବାସୀ ରହୁଥିବା ବେଳେ ସିଂଘାପଡ଼ାଠାରେ ୧୪ ଜଣ ଓ କୁମ୍ଭାରପଡା ଠାରେ ଜଣେ ପ୍ରବାସୀ ରହୁଥିବା ଜଣାପଡିଛି । ଡ଼ାକ୍ତରୀ ଟିମ୍ ସେଠାରେ ପହଚିଂ ସମସ୍ତ ପ୍ରବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ବିଡିଓ ଶ୍ରୀ ନାୟକ ଅସ୍ଥାୟୀ ଶିବିର ଗୁଡିକୁ ପରିଦର୍ଶନ କରି ପ୍ରବାସୀମାନଙ୍କୁ ଭେଟି ଭଲମନ୍ଦ ପଚାରି ବୁଝିଥିବା ଜଣାପଡିଛି ।






