ନୟାଗଡ଼, (ବାଘୁଆବାର୍ତ୍ତା): ବିନା ସୂଚନାରେ ଫେରୁଥିବା କିଛିମାତ୍ର ଫେରନ୍ତାଙ୍କ ପାଇଁ ପ୍ରଶାସନ ଚିନ୍ତାଗ୍ରସ୍ତ ରହୁଥିବା ବେଳେ ଏବେ ବିନା ସୂଚନାରେ ଜିଲ୍ଲାକୁ ଏକ କାଳୀନ ହଜାରେରୁ ଉର୍ଦ୍ଧ୍ୱ ବ୍ୟକ୍ତି ଫେରିବାର ସମ୍ଭାବନା ରହିଛି । ଯାହାକୁ ନେଇ ପ୍ରଶାସନର ଚିନ୍ତା ବଢ଼ିଛି । ସୂଚନାନୁସାରେ, ରାଜ୍ୟକୁ ୨୦ରୁ ଉର୍ଦ୍ଧ୍ୱ ଟ୍ରେନ ବାହାର ରାଜ୍ୟରୁ ଆସୁଛି । ମୁଖ୍ୟତଃ ତେଲେଙ୍ଗାନାରୁ ୧୨ଟି ଟ୍ରେନ ଯୋଗେ ୨୦ ହଜାର ପ୍ରବାସୀ ରାଜ୍ୟକୁ ବିନା ସୂଚନାରେ ଆସୁଥିବାର ଏସ୍ଆରସି ପ୍ରଦୀପ ଜେନା କହିଛନ୍ତି । ଯେଉଁଥିପାଇଁ ରାଜ୍ୟ ସରକାରଙ୍କର ମଧ୍ୟ ମୁଣ୍ଡବ୍ୟଥା ଆରମ୍ଭ ହୋଛି । ବିନା ସୂଚନାରେ ଆସୁଥିବା ପ୍ରବାସୀମାନଙ୍କୁ କୈାଣସି ସରକାରୀ ସହାୟତା ନମିଳିବା ପାଇଁ ମଧ୍ୟ ସୂଚନା ଦେଇଛନ୍ତି । ମୁଖ୍ୟତଃ ଏହି ଟ୍ରେନ ଗୁଡ଼ିକ ଜଗନ୍ନାଥପୁର, ଖୋର୍ଦ୍ଧା ରୋଡ଼, ଟିଟିଲାଗଡ଼ ଷ୍ଟେସନମାନଙ୍କରେ ଅଟକିବାର ବ୍ୟବସ୍ଥା କରାଯାଇଛି । ନୟାଗଡ଼ ଜିଲ୍ଲାକୁ ଏକ ହଜାରରୁ ଉର୍ଦ୍ଧ୍ୱ ପ୍ରବାସୀ ବିନା ସୂଚନାରେ ଆସୁଥିବାରୁ ଜିଲ୍ଲା ପ୍ରଶାସନର ମୁଣ୍ଡ ବିନ୍ଧା ଆରମ୍ଭ ହୋଇଛି । ପ୍ରଶାସନିକ ସ୍ତରରେ ବିଭିନ୍ନ ଯାଗାକୁ ବସ ପଠାଇବାର ବନ୍ଦୋବସ୍ତ କରାଯାଇଛି । ହଠାତ୍ ଏତେ ଲୋକ ବିନା ସୂଚନାରେ ଆସୁଥିବାରୁ ସେମାନଙ୍କ କ୍ୱାରେଣ୍ଟାଇନ୍ରେ ରହିବା, ସ୍ୱାବ ସଂଗ୍ରହ ଆଦି ବ୍ୟବସ୍ଥା ପାଇଁ ପ୍ରଶାସନ ତତ୍ପର ହୋଇ ଉଠିଛି ।





