ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୭ କେଜି ୫ ଶହ ଗ୍ରାମ ଗଞ୍ଜେଇ ଓ କଫ୍ ସିରଫ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି । ଅବକାରୀ ବିଭାଗ ମୋବାଇଲ୍ ସ୍ୱାର୍ଡ଼ ନୂଆଗାଁ ଥାନା ଜଗନ୍ନାଥପ୍ରସାଦ କନ୍ଦଳବ ଗ୍ରାମର ରାକେଶ ଘଡ଼େଇଙ୍କ ପତ୍ନୀ ଟିକିନା ଘଡ଼େଇଙ୍କୁ ଗିରଫ କରିବା ସହ ୫ କେଜି ଗଞ୍ଜେଇ ଜବତ କରିଛି । ସେହିଭଳି ଭାବେ ସ୍ୱାର୍ଡ଼ ୬ କେଜି ଗଞ୍ଜେଇ ଜବତ କରିବା ସହ କନ୍ଧମାଳ ଜିଲ୍ଲାର ଅଭୟ ଦିଗାଲ୍ଙ୍କ ପତ୍ନୀ ଅନିତା ଦିଗାଲଙ୍କୁ ଗିରଫ କରିଛି । ଅନ୍ୟ ଏକ ମାମଲାରେ ସ୍ୱାର୍ଡ଼ ୬.୫ କେଜି ଗଞ୍ଜେଇ ଜବତ କରିଥିବା ବେଳେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳର ଲକ୍ଷ୍ମୀଧର ଗୁରାଣ୍ଡିଙ୍କ ପୁଅ ଜଗନ୍ନାଥ ଗୁରାଣ୍ଡିଙ୍କୁ ଗିରଫ କରିଛି । ନୟାଗଡ଼ ସହର ନାରାୟଣୀ ପାର୍କ ସାମ୍ନାରୁ ୫୪ ବୋତଲ କଫ୍ ସିରଫ୍ ଜବତ କରିଥିବା ବେଳେ ରାଜବଗିଚାର ଦୁଃଶାସନ ମହାରଣାଙ୍କ ପୁଅ ରୁଦ୍ରମାଧବ ମହାରଣାଙ୍କୁ ଗିରଫ କରିଛି । ଅବକାରୀ ଇନ୍ସିପେକ୍ଟର ଭକ୍ତବତ୍ସଳ ବର୍ମା, ଓଆଇସି ସଦର ଦୀପକ କୁମାର ଜେନାଙ୍କ ନେତୃତ୍ୱରେ ଏହି ଧରପଗଡ଼ ହୋଇଥିବା ସୂଚନା ମିଳିଛି ।





