ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସବରେଜିଷ୍ଟର ଅଫିସ ଅଧିନସ୍ଥ ମୋହରୀର ସଂଘ ଗୃହରେ ନୟାଗଡ଼ ଜିଲ୍ଲା ମୋହରୀର (ଦଲିଲ ଲେଖକ) ସଂଘ ତରଫରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ରଣପୁର, ଓଡ଼ଗାଁ, ଦଶପଲ୍ଲା, ନୂଆଗାଁ, ଖଣ୍ଡପଡା, ଭାପୁର, ଗଣିଆ ଓ ନୟାଗଡ଼ ସବରେଜିଷ୍ଟର ଅଫିସ ଅଧିନରେ କାର୍ଯ୍ୟ କରୁଥିବା ମୋହରୀର (ଦଲିଲ ଲେଖକ) ପ୍ରାୟ ଏକ ଶହରୁ ଉର୍ଦ୍ଧ୍ୱ ଯୋଗଦାନ କରିଥିଲେ । ତତ୍ ସହିତ ନିଖିଳ ଓଡିଶା ଦଲିଲ ଲେଖକ ମୋହରୀର ମହା ସଂଘର ସଭାପତୀ ବଂଶିଧର ବେହେରା, ସମ୍ପାଦକ ଅଶୋକ କୁମାର ଦାଶ, ମିଡିଆ ସମ୍ପାଦକ ନରହରି ସାହୁ ଯୋଗଦାନ କରି ମୋହରୀଙ୍କ ଅନେକ ସମସ୍ୟା ଓ ସଂଘର ଦୃଢ଼ିକରଣ ବିଷୟରେ ଆଲୋଚନା କରିଥିଲେ । ବୟୋଜ୍ୟେଷ୍ଠ ମୋହରୀର ଉତ୍ସବ ପାତ୍ର, ବନମାଳୀ ନାୟକ ଓ ସ୍ୱର୍ଗତ ସୁରେଷ ଚନ୍ଦ୍ର ବେହେରାଙ୍କ ସୁପୁତ୍ରଙ୍କୁ ମାନପତ୍ର ପ୍ରଦାନ କରିବା ସହ ଉତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଏଥି ସହ ସମସ୍ତଙ୍କ ସହମତୀ କ୍ରମେ ନୂତନ ଜିଲ୍ଲା ସଂଘ କମିଟିର କାର୍ଯ୍ୟକର୍ତ୍ତା ଚୟନ କରି ଜିଲ୍ଲା କମିଟି ରାଜ୍ୟ ସଭାପତୀ ବଂଶିଧର ବେହେରାଙ୍କ କର କମଳରେ ଗଠନ କରାଯାଇଛି । ନୟାଗଡ଼ ଜିଲ୍ଲା ମୋହରୀର ସଂଘର ସଭାପତୀ ଗୋଲଖ ବିହାରୀ ମୁଦୁଲି (ନୟାଗଡ଼), ଉପସଭାପତି – ମହେଶ୍ୱର ବେହେରା (ଦଶପଲ୍ଲା), ଗୁଣନିଧି ପ୍ରଧାନ (ରଣପୁର), ନାରାୟଣ ରାଉତରା (ଭାପୁର), ସମ୍ପାଦକ – ପ୍ରଦୀପ୍ତ କୁମାର ପାତ୍ର (ନୟାଗଡ଼), କାର୍ଯ୍ୟକାରି କମିଟି ସଭ୍ୟ – ରମେଶ କୁମାର ମହାନ୍ତି (ଖଣ୍ଡପଡା), ମନୋରଞ୍ଜନ ପଟ୍ଟନାୟକ (ଓଡ଼ଗାଁ), ସନ୍ତୋଷ କୁମାର ସାହୁ (ଦଶପଲ୍ଲା), ବସନ୍ତ କୁମାର ପରିଡା (ରଣପୁର), ଗଗନ ବିହାରୀ ପଣ୍ଡା (ଭାପୁର), ସୁବାସ ଚନ୍ଦ୍ର ସାହୁ, (ନୂଆଗାଁ), ସଚିଦାନନ୍ଦ ନାୟକ (ଖଣ୍ଡପଡା), ରବିନ୍ଦ୍ର କୁମାର ସାହୁ, (ଦଶପଲ୍ଲା), ସୁଶାନ୍ତ କୁମାର ଡାକୁଆ (ନୂଆଗାଁ) ଙ୍କୁ ମନୋନୟନ କରିବା ସହିତ ଆସନ୍ତା ପାଞ୍ଚ ବର୍ଷ ଯଥା – ୨୦୨୫-୨୦୩୦ ମସିହା ପର୍ଯ୍ୟନ୍ତ ଜିଳ୍ଲା କମିଟି ଗଠନ କରାଯାଇଛି ।





