Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଆସନ୍ତା ୬ ରେ ସେମି ଫାଇନାଲ

by ସଞ୍ଜୟ ସ୍ୱାଇଁ
October 5, 2023
in Nayagarh, Sports, State
ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଆସନ୍ତା ୬ ରେ ସେମି ଫାଇନାଲ
222
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଖେଳ ପଡିଆ ଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଚତୁର୍ଥ ଦିନରେ ପହଞ୍ଚିଛି । ଚତୁର୍ଥ ଦିନର ଫୁଟବଲ ଖେଳରେ ଦୁଇଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚରେ ରଣପୁର ଫୁଟବଲ କ୍ଲବ ଓ ଖଣ୍ଡପଡା ଫୁଟବଲ କ୍ଲବ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚରେ ଖଣ୍ଡପଡା କ୍ଲବ ୨ଟି ଗୋଲ ପ୍ରତିଦ୍ୱନ୍ଦୀ ରଣପୁର କୁ ଦେଇ ବିଜୟୀ ହୋଇଥିଲା । ଖେଳର ପ୍ରଥମାର୍ଦ୍ଦରେ ଜର୍ସି ୮ ଶ୍ରବଣ କ୍ୟାପଟେନ ଗୋଲ ଦେଇଥିବା ବେଳେ ଖେଳର ଦ୍ୱିତୀୟାଦ୍ଧର ଜର୍ସି ନଂ ୬ ଲିଟୁନ ଦ୍ୱିତୀୟ ଗୋଲ ଦେଇଥିଲେ । ଆଜିର ଦ୍ୱିତୀୟ ମ୍ୟାଚ ଗୌଡପୁଟ ଫୁଟବଲ କ୍ଲବ ଓ ରାଜପାଟଣା ପୋଲ ଷ୍ଟାର ସ୍ପୋର୍ଟସ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଖେଳର ପ୍ରଥମାର୍ଦ୍ଧରେ ରାଜପାଟଣା କ୍ଲବ ପ୍ରଥମ ହାପରେ ଗୋଟିଏ ଗୋଲ ଦେଇ ଅଗ୍ରଣୀ ଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ୩ଟି ଗୋଲ ମୋଟ ୪ଟି ଗୋଲ ଗୌଡପୁଟ ଫୁଟବଲ କ୍ଲବକୁ ଦେଇ ବୀଜୟୀ ହୋଇଥିଲା ।

ନୟାଗଡ଼ ମର୍ଣ୍ଣିଂ ଫୁଟବଲ କ୍ଳବ ଆୟୋଜନରେ ଚାଲିଥିବା ଚତୁର୍ଥ ଦିନର ଖେଳରେ ନୟାଗଡ଼ ବାର ଆସୋସିଏସନର ଉପସଭାପତି ସୁରେନ୍ଦ୍ର ଦାସ, ନୟାଗଡ଼ ଥାନାର ସବ୍ ଇନିସ୍‌ପେକ୍ଟର ଧର୍ମେନ୍ଦ୍ର ସିଆଳ, ଇପିଏ ର ଜିଲ୍ଲା ଗୋକୁଳ କୁମାର ଷଡ଼ଙ୍ଗୀ ଖେଳାଳୀ ମାନଙ୍କ ସହିତ କର ମର୍ଦ୍ଦନ କରି ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ଦ୍ୱିତୀୟ ମ୍ୟାଚରେ ନୟାଗଡ଼ ମୁନିସପାଲଟିର ଚେୟାରମ୍ୟାନ ନିରୁପମା ଖଟେଇ, ବସ ଆସୋସିଏସନ ନୟାଗଡ଼ ସମ୍ପାଦକ ସେଖ ଇସୁବ, ଭବାନୀ ପାଟଣା ଷ୍ପୋର୍ଟସ ହସଟେଲର ପୂର୍ବତନ କୋଚ ଆଲୋକ ଦାସ ଖେଳାଳୀ ମାନଙ୍କ ସହିତ କର ମର୍ଦ୍ଦନ କରି ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ଅତିଥି ମାନେ ନୟାଗଡ଼ ମର୍ଣ୍ଣିଂ କ୍ଲବର ଏହି ଆନ୍ତ ଜିଲ୍ଲା ଫୁଟବଲ ଖେଳ କରୁଥିବାରୁ ଧନ୍ୟବାଦ ଦେବା ସହିତ ଉତ୍ସାହିତ କରିଥିଲେ । ୦୬.୧୦.୨୦୨୩ ଶୁକ୍ରବାର ଦିନରେ ସେମି ଫାଇନାଲ ମ୍ୟାଚ ଲଡୁକେଶ ଫୁଟବଲ ଆସୋସିଏସନ ଶରଣକୁଳ ଓ ଖଣ୍ଡପଡା ଫୁଟବଲ କ୍ଲବ ମଧ୍ୟରେ ଠିକ ଅପରାହ୍ନ ତିନି ଘଟିକା ସମୟରେ ହେବ । ଆଜିର ପ୍ରଥମ ମ୍ୟାଚକୁ ପରିଚାଳନା କରିଥିଲେ ରେଫରୀ ପ୍ରସନ୍ନ ନାୟକ, ଜଗନ୍ନାଥ ପରିଡା, ସୂର୍ଯ୍ୟକାନ୍ତ ଦଳବେହେରା, ପ୍ରତାପ ମୁଦୁଲି । ଦ୍ୱିତୀୟ ମ୍ୟାଚ ପରିଚାଳନା କରିଥିଲେ ପ୍ରଶାନ୍ତ ପରିଡା, ପ୍ରତାପ ମୁଦୁଲି, ସୂର୍ଯ୍ୟକାନ୍ତ ଦଳବେହେରା, ପ୍ରସନ୍ନ ନାୟକ ଅତିଥି ମାନଙ୍କୁ ଆଜିର ଦୁଇଟି ମ୍ୟାଚରେ ପାଛୋଟି ନେଇଥିଲେ । କ୍ଲବର ସଭାପତି ସଞ୍ଜିବ ସୁବୁଦ୍ଧି, ସଂଯୋଜକ ସୁଶାନ୍ତ କୁମାର ପ୍ରଧାନ ମର୍ଣ୍ଣିଂ କ୍ଲବର ଖେଳର ମୁଖ୍ୟ ଆୟୋଜକ ସଞ୍ଜୟ କୁମାର ପ୍ରଧାନ ।

 

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!