ଜୈବିକ ଉପାୟରେ ଚାଷ କରି ଚର୍ଚ୍ଚାରେ ରାଧାମୋହନ ଓ ସାବରମତୀ
ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରଙ୍ଗଣୀପାଟଣା ଗ୍ରାମର ପ୍ରଫେସର ରାଧାମୋହନ ଏବଂ ତାଙ୍କ ଝିଅ ସାବରମତୀଙ୍କୁ ଚଳିତ ବର୍ଷ ପଦ୍ମଶ୍ରୀ ସମ୍ମାନ ମିଳିବ ବୋଲି ଜଣାପଡ଼ିଛି । ସୂଚନାନୁସାରେ, ରଙ୍ଗଣୀପାଟଣା ଗ୍ରାମର ପ୍ରଫେସର ରାଧାମୋହନ ଏବଂ ବିଜୟଲକ୍ଷ୍ମୀ କୋଳରୁ ୧୯୬୮ ମସିହାରେ ଜନ୍ମ ଗ୍ରହଣ କରିଥିବା ସାବରମତୀ ରୋହିବାଙ୍କଠାରେ ଅବସ୍ଥିତ ସମ୍ଭବ ଅନୁଷ୍ଠାନ ସହ ଜଡ଼ିତ ହୋଇ ଟାଙ୍ଗରା ଭୂମିରେ ଜୈବିକ ପଦ୍ଧତୀ ଆପଣାଇ ଚାଷ କରି ଚର୍ଚ୍ଚାକୁ ଆସିଛନ୍ତି । ଏଥିସହିତ ସମାଜ ସେବା ଏବଂ ନାରୀ ସୁରକ୍ଷା ପାଇଁ ସେ ୨୦୧୭ ମସିହାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ନାରୀ ଶକ୍ତି ପୁରସ୍କାର ପାଇଥିଲେ ।

ଅନ୍ୟପକ୍ଷେ ପ୍ରଫେସର ରାଧାମୋହନ ଅଧ୍ୟାପନା କରିବା ସହ ୨୦୦୫-୦୬ ମସିହାରେ ଓଡ଼଼ିଶାର ପ୍ରଥମ ସୂଚନା କମିଶନର ଭାବେ କାର୍ଯ୍ୟ କରିଥିବା ଏବଂ ୟୁନାଇଟେଡ ଷ୍ଟେଟ୍ ଅଫ ଆମେରୁକାରୁ ଗ୍ଲୋବାଲ ରୋଲ ଅଫ ଅର୍ନର ପାଇଥିବା ତାଙ୍କ ଝିଅ ସାବରମତୀ ସୂଚନା ଦେଇଛନ୍ତି । ପଦ୍ମଶ୍ରୀ ପାଉଥିବ ଖବର ଶୁଣି ସାବରମତୀ ଅତ୍ୟନ୍ତ ଖୁସ ଥିବା କହିବା ସହ ସେ ପୁରସ୍କାର ନୁହେଁ ପ୍ରକୃତିକୁ ଭଲ ପାଆନ୍ତି ବୋଲି କହିଛନ୍ତି ।






