ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳ ଅନ୍ତର୍ଗତ ପୋଖରୀଗୋଚ୍ଛା ଜଙ୍ଗଲରୁ ଗତକାଲି ବନକର୍ମଚାରୀମାନେ ୧୭ ଟି ଶାଳ ଲଗ୍ ଜବତ କରିଥିବା ଜଣାଯାଇଛି । କାଠ ମାଫିଆମାନେ ଜଙ୍ଗଲ ମଧ୍ୟରେ ଗଛ କାଟି ରଖିଥିବା ବନକର୍ମଚାରୀମାନେ ସୂଚନା ପାଇଥିଲେ । ଫଳରେ ସାକେଣୀ ବନପାଳ କୈଳାସ ପ୍ରଧାନ ଏବଂ ପଙ୍କୁଆ ବନରକ୍ଷୀ ସଂଜୟ କୁମାର ବେହେରା ସଦଳବଳେ ଘଟଣାସ୍ଥଳରେ ପଂହଚି କାଠ ଜବତ କରିଥିବା ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍ଡି ସୂଚନା ଦେଇଛନ୍ତି । ଏହି କାଠ ଗୁଡ଼ିକର ଆନୁମାନିକ ମୁଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି ।






