Tuesday, April 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦଶପଲ୍ଲା ସାମ୍ବାଦିକଙ୍କ ପାଇଁ ଜାଗା ପ୍ରଦାନ ସହ ଗୃହ ନିର୍ମାଣ କରାଯିବ

by ସଞ୍ଜୟ ସ୍ୱାଇଁ
February 26, 2020
in Feature News
ଦଶପଲ୍ଲା ସାମ୍ବାଦିକଙ୍କ ପାଇଁ ଜାଗା ପ୍ରଦାନ ସହ ଗୃହ ନିର୍ମାଣ କରାଯିବ
38
VIEWS
Share on FacebookShare on Twitter

ଦଶପଲ୍ଲା ପ୍ରେସ କ୍ଲବର ୯ମ ବାର୍ଷିକ ଉତ୍ସବ

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର କର୍ତ୍ତବ୍ୟରତ ସାମ୍ବାଦିକ ସଂଘ ପ୍ରେସ କ୍ଲବ ଦଶପଲ୍ଲାର ୯ମ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗାନ୍ଧୀ ମଇଦାନଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ ତଥା ସମ୍ବାଦ ପାଠକ ଦେବ ପ୍ରସାଦ ଦାଶ, ମୁଖ୍ୟ ବକ୍ତା ଭାବେ ଓଡ଼ିଆ ଯୁବ ଲେଖକ ସମ୍ମେଳନ ସଭାପତି ସଙ୍କର୍ଷଣ ପରିଡ଼ା, ବରେଣ୍ୟ ଅତିଥି ଭାବେ ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି, ଅତିରିକ୍ତ ଜିଲ୍ଲାପାଳ ବିଧାନଚନ୍ଦ୍ର ରାୟ, ଦଶପଲ୍ଲା ପଂଚାୟତ ସମିତି ଅଧ୍ୟକ୍ଷା ସୁନନ୍ଦା ସାହୁ, ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷା ବବିତା ସାହୁ, ଉତ୍କଳ ସାମ୍ବାଦିକ ସଂଘ ଜିଲ୍ଲା ସଭାପତି ଶ୍ରୀକାନ୍ତ ଖଟେଇ ପ୍ରମୂଖ ଯୋଗ ଦେଇଥିଲେ । ସାମ୍ବାଦିକମାନେ ଚଞ୍ଚଳ ହେଲେ ଏହି ଅଂଚଳର ବିକାଶ ହେବ ବୋଲି ଉଦଘାଟକ ତଥା ବିଧାୟକ ଶ୍ରୀଯୁକ୍ତ ବେହେରା ତାଙ୍କ ବକ୍ତବ୍ୟରେ କହିଥିବା ବେଳେ ଗଣତନ୍ତ୍ର ସମାଜରେ କିଭଳି ଚତୁର୍ଥ ସ୍ତମ୍ଭ ଭାବେ ପରିଗଣିତ ତାକୁ ନେଇ ମୁଖ୍ୟ ଅତିଥି ଏବଂ ମୁଖ୍ୟ ବକ୍ତା ଅଭିଭାଷଣ ରଖିଥିଲେ । ଏହି ଅବସରରେ ଦଶପଲ୍ଲା ସାମ୍ବାଦିକଙ୍କ ପାଇଁ ଏକ ଜାଗା ପ୍ରଦାନ କରାଯିବା ସହ ଗୃହ ନିର୍ମାଣ କରାଯିବା ପାଇଁ ବିଧାୟକ ଘୋଷଣା କରିଥିଲେ । ସେହିପରି ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷା ବବିତା ସାହୁ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରତିକୂଳ ପରିସ୍ଥିତିରେ କାମ କରୁଥିବା ନେଇ ତାଙ୍କ ବକ୍ତବ୍ୟରେ କହିବା ସହ ଗଣମାଧ୍ୟମ ସହଯୋଗ ପାଇଁ ସେ ଏକ ଅସୁବିଧାରୁ ମୁକୁଳିଥିବା କହିଛନ୍ତି । ସେହିଭଳି ବନଖଣ୍ଡ ଅଧିକାରୀ ଗଣମାଧ୍ୟମ ପ୍ରତିିନିଧିଙ୍କ ଦକ୍ଷତା ବିକାଶ ପାଇଁ ସତନ୍ତ୍ର କର୍ମଶାଳା ଆୟୋଜନ ହେବା ଆବଶ୍ୟକ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ବାଗ୍ମୀ ସୁଶ୍ରୀ ରୂପାଲୀ ସାହୁ ଏକ ସତନ୍ତ୍ର ଭାଷଣ ପ୍ରଦାନ କରିଥିବା ବେଳେ ପ୍ରେସ କ୍ଲବ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିଭଳି ବର୍ଷିୟାନ ସାମ୍ବାଦିକ ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ପ୍ରେସ କ୍ଲବର ସଦସ୍ୟ ଡା. ପ୍ରଫୁଲ କୁମାର ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରେଷ୍ଠ ପାଠକ ଭାବେ ଦୀନବନ୍ଧୁ ରାଉତ ଏବଂ ଭଗବାନ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦଶପଲ୍ଲା ପ୍ରେସ କ୍ଲବ ସଭାପତି ପ୍ରଶାନ୍ତ କୁମାର ସାହୁ ଏବଂ ସଂପାଦକ ପ୍ରଫୁଲ କୁମାର ପଣ୍ଡାଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!