ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ମଦ ଜବତ କରିଛି । ୩ଜଣଙ୍କୁ ଏହି ବେଆଇନ୍ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଗିରଫମାନେ ହେଲେ ଛାମୁଣ୍ଡିଆର ଦୀପୁ ରଞ୍ଜନ ଦଳେଇ (୨୨), ଡିହଗାଁର ମନୋରଞ୍ଜନ ପାତ୍ର(୪୨), କାଣିଗିରିର ଦାମଦର ସାହୁ ବୋଲି ଅବକାରୀ ସବ୍ ଇନ୍ସିପେକ୍ଟର ସତ୍ୟନାରାୟଣ ଦାଦ ପ୍ରକାଶ କରିଛନ୍ତି । ଦୋଶୀ ଓ ବିଦେଶୀ ମଦ ୧ଶହ ୨ ଲିଟର ଜବତ ହୋଇଥିବା ଜଣାପଡିଛି । ଗିରଫ ବେପାରିଙ୍କୁ ଦଶପଲ୍ଲା କୋର୍ଟରେ ଚାଲାଣ କରାଯାଇଛି ।






