ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଡିହଗାଁ ପଂଚାୟତର ଦିଣ୍ଡାଭୁଇଁ ଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ କରି ଜଣେ ଶିକ୍ଷକଙ୍କ ସମେତ ୬ ଜଣ ଜୁଆଡ଼ିଙ୍କୁ ଗିରଫ କରିଥିବା ବେଳେ କାର୍, ନଗଦ ଟଙ୍କା, ମୋବାଇଲ୍ ଫୋନ୍, ତାସ୍, ଡବି ଏବଂ ଅନ୍ୟାନ୍ୟ ସରଞାମ ଜବତ କରିବାରେ ସଫଳ ହୋଇଛି । ଘଟଣାସ୍ଥଳରୁ ନଗଦ ୧୪ ହଜାର ୯ ଶହ ୮୦ ଟଙ୍କା ସହ ଏକ କାର୍, ୮ଟି ମୋବାଇଲ୍ ଫୋନ୍, ୫ ମୁଠା ତାସ୍, ଡବି ଏବଂ ବିଭିନ୍ନ ସରଞାମ ଜବତ କରିଛି । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।






