Thursday, June 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦଶପଲ୍ଲା ଛାତ୍ରୀ ହତ୍ୟା ଘଟଣା, ଦାଦା ମାରିଲା ଝିଆରୀକୁ

by Anil Panda
June 1, 2020
in Feature News
ଦଶପଲ୍ଲା ଛାତ୍ରୀ ହତ୍ୟା ଘଟଣା, ଦାଦା ମାରିଲା ଝିଆରୀକୁ
68
VIEWS
Share on FacebookShare on Twitter

ହତ୍ୟାକାଣ୍ଡର ରହସ୍ୟ ଖୋଲିଲା କାଠ ଫାଳିଆ

ନୟାଗଡ଼,(ବାଘୁଆବାର୍ତ୍ତା): ଦଶପଲ୍ଲାରେ ଛାତ୍ରୀ ହତ୍ୟା ଘଟଣାରେ ପୁଲିସ ଅଭିଯୁକ୍ତ ଦାଦାକୁ ଗିରଫ କରିଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ମାଳିସାହିରେ ଶନିବାର ରାତିରେ ଜଣେ କଲେଜ ଛାତ୍ରୀଙ୍କୁ ବିଭତ୍ସ ଭାବେ ହତ୍ୟା କରା ଯାଇଥିଲା । ବିଳମ୍ବିତ ରାତ୍ରିରେ ମାଳିସାହି ଗାଁ ମଝିରେ ଥିବା ବିରଞ୍ଚି ଦାଶଙ୍କ ସାନଝିଅ ନବନୀତା ଦାଶ(୧୯) ଘରେ ଶୋଇଥିବା ବେଳେ କେହି ତାଙ୍କୁ ଠେଙ୍ଗାରେ ପିଟି ରକ୍ତାକ୍ତ କରି ଦେଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଦଶପଲ୍ଲା ଡାକ୍ତରଖାନା ଓ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ପୁଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କ ଶବ ଜବତ କରି ବ୍ୟବେଚ୍ଛଦ କରାଇ ବଡ଼ବାପାଙ୍କୁ ଶବ ହସ୍ତାନ୍ତର କରଯାଇଥିଲା । ଏହି ଘଟଣାରେ ଅପରାଧୀଙ୍କୁ ଚିହ୍ନଟ କରିବା ଏବଂ କେଉଁ କାରଣ ନେଇ ଏପରି ଘଟଣା ଘଟିଲା ତା’ର ଅନୁସନ୍ଧାନ ପାଇଁ ପୁଲିସ ଓ ସାଇଣ୍ଟିଫିକ୍ ଦଳ ଛାନ୍‌ଭିନ୍ ଆରମ୍ଭ କରିଥିଲେ । ପୁଲିସ ନବନୀତାଙ୍କ ବାପା ବିରଞ୍ଚି ଦାଶ, ଦାଦା ବିପିନ ବିହାରୀ ଦାଶ ଓରଫ କାଳିଆ, ସାନଭାଇ ଓ ଜେଜେ ବଂଶିଧରଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲେ । ଏହି ଛାତ୍ରୀଙ୍କୁ ଦାଦା ବିପିନ ବିହାରୀ ଦାଶ ଓରଫ କାଳିଆ ହତ୍ୟା କରିଥିବା ନେଇ ଆଜି ଦଶପଲ୍ଲା ଥାନା ଅଧିକାରୀ ବିଶ୍ୱଜିତ ରାଉତରାୟ ସ୍ପଷ୍ଟ କରିଛନ୍ତି । ଆଇଆଇସିଙ୍କ ସୂଚନାନୁସାରେ, ସେଦିନ ରାତିରେ ଛାତ୍ରୀ ନବନୀତାଙ୍କ ବାପା ବିରଂଚି ଘରେ ନଥିବା ବେଳେ ଘରେ ନବନୀତା, ତାଙ୍କ ସାନଭାଇ ଏବଂ ଜେଜେ ରହିଥିଲେ । ପୂର୍ବରୁ ପରିବାର ଭିତରେ ଚାଲିଥିବା ମନୋମାଳିନ୍ୟକୁ ନେଇ ଦାଦା କାଳିଆ ସବୁ ବେଳେ ନବନୀତାଙ୍କୁ ଦୋଷ ଦେଉଥିବା ବେଳେ ନବନୀତା ଫୋନରେ ଗପିବା ମଧ୍ୟ ତାଙ୍କୁ ଭଲ ଲାଗୁନଥିଲା । ଫଳରେ ସେ ଦିନ ରାତିରେ କାଳିଆ ଘରକୁ ଫେରିବା ବେଳକୁ ଝିଆରି କାହା ସହ ଗପୁଥିବା ଦେଖି ତାଙ୍କ ରାଗ ଚରମ ସୀମାରେ ପହଂଚିଥିଲା । ଫଳରେ ସେ ଘରେ ରୋଷେଇ ପାଇଁ ରହିଥିବା କାଠ ଗଦାରୁ ଏକ କାଠ ଆଣି ଝିଆରୀଙ୍କ ମୁଣ୍ଡକୁ ଶକ୍ତ ପାହାର ପକାଇ ଥିଲେ । ଝିଆରୀ ନବନୀତା ରକ୍ତାକ୍ତ ଅବସ୍ଥାରେ ପାଟି କରିବାରୁ କାଳିଆ ସେଠାରୁ ଚାଲି ଯାଇଥିବା ବେଳେ କାଠଗଦାକୁ ରକ୍ତ ଲଗା କାଠ ଫୋପାଡ଼ି ଦେଇଥିଲେ । ପୁଲିସ ଗତକାଲି ତଦନ୍ତ ସମୟରେ କାଠଗଦାରୁ ଏହି ରକ୍ତଭିଜା କାଠଟି ପାଇ ତଦନ୍ତ ପ୍ରକିୟାରେ ଆଗେଇଥିବା ବେଳେ ଆଜି ନବନୀତାଙ୍କୁ ଦାଦା କାଳିଆ ହତ୍ୟା କରିଥିବା ସ୍ପଷ୍ଟ କରିଛି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!