ନୟାଗଡ଼, (ବାଘୁଆବାର୍ତ୍ତା) : ସେହିଭଳି ଦଶପଲ୍ଲାରେ ସିପିଆଇଏମ୍ ଆଂଚଳିକ କମିଟି ପକ୍ଷରୁ ସମସ୍ତ ପେଟ୍ରୋଲ୍ ପମ୍ପଠାରେ ବିକ୍ଷୋଭ ପଦର୍ଶନ କରାଯାଇଥିଲା । ସିପିଆଇଏମ୍ ନେତା ଶରତ ବେହେରାଙ୍କ ନେତୃତ୍ୱରେ କର୍ମୀମାନେ ଏକତ୍ରିତ ହୋଇ ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପଦର୍ଶନ କରିଥିଲେ । କେନ୍ଦ୍ର ସରକାରଙ୍କ ତୈଳ ଉପରେ ଅବକାରୀ ଶୁଳ୍କ ବୃଦ୍ଧି ଏବଂ ରାଜ୍ୟ ସରକାରଙ୍କ ଟିକସ ବୃଦ୍ଧିକୁ ନେଇ ତୈଳଦର ବୃଦ୍ଧି ପାଉଥିବା ବେଳେ ଏହା ଖାଉଟିଙ୍କ ଉପରେ ବ୍ୟାପକ ପ୍ରଭାବ ପକାଉଥିବା ନେଇ ଅଭିଯୋଗ କରିଥିଲେ । ତୁରନ୍ତ ବର୍ଦ୍ଧିତ ତୈଳଦରକୁ ହ୍ରାସ କରିବାକୁ ନେତା ଓ କର୍ମୀମାନେ ଦାବି କରିଥିଲେ । ଏହି ବିକ୍ଷୋଭ ସମାବେଶରେ ଗଣେଶ୍ୱର ନାୟକ, ମହିଳା ନେତ୍ରୀ ଜୟନ୍ତୀ ଦାଶ, ବିପିନ ବାଜୁ, ସୁଶାନ୍ତ ନାୟକ ପ୍ରମୂଖ ନେତୃତ୍ୱ ନେଇଥିଲେ ।





