ନୟାଗଡ଼, (ବାଘୁଆବାର୍ତ୍ତା) : ଦଶପଲ୍ଲା କୃଷ୍ଣଚନ୍ଦ୍ରପୁରପାଟଣା ଦମକଳକେନ୍ଦ୍ର ନିକଟସ୍ଥ ଅଭିମନ୍ୟୁ ପଟ୍ଟନାୟକଙ୍କ ପୁଅ ନିହାର ରଂଜନ ପଟ୍ଟନାୟକଙ୍କ ଘରୁ ଏହି ଚୋରୀ ହୋଇଥିବା ନେଇ ଦଶପଲ୍ଲା ଥାନାରେ ଅଭିଯୋଗ ହୋଇଛି । ଗତ ୨୭ ତାରିଖରୁ ନିହାର ତାଙ୍କ ପରିବାର ସହ ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ ଯାଇଥିବା ବେଳେ ଆଜି ମଧ୍ୟାହ୍ନରେ ଘରକୁ ଫେରିଥିଲେ । ମାତ୍ର ଘରେ ପଂହଚିବା ବେଳକୁ ତାଙ୍କ ଘର ବାରିପଟ କବାଟ ଖୋଲାଥିବା ଏବଂ ବାମପାଶ୍ୱର୍ ଝରକା ତଡ଼ା ଯାଇଥିବା ଦେଖିଥିଲେ । ଏଥିସହିତ ଘରେ ଥିବା ଗଙ୍ଗରେଜ ଆଲମିରା ଭଙ୍ଗା ଯାଇ ତା ମଧ୍ୟରୁ ୩ ଶହ ଗ୍ରାମର ସୁନା ଏବଂ ୨୫୦ ଗ୍ରାମର ରୂପା, ପାଂଚ ହଜାର ଟଙ୍କା ଏବଂ ଏକ ମୋବାଇଲ ଫୋନକୁ ଦୁର୍ବୁତ୍ତମାନେ ଚୋରୀ କରି ନେଇଥିବା ଅଭିଯୋଗ ହୋଇଛୁି । ଯାହାର ଆନୁମାନିକ ମୁଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ଅଭିଯୋଗ ପତ୍ରରେ ଦର୍ଶାଯାଇଛି । ଘଟଣାସ୍ଥଳରେ ନୟାଗଡ଼ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲ୍ଲୀପ ସାହାଣୀ, ଏସଡିପିଓ ନୀରଞ୍ଜନ ପାଢ଼ୀ ଏବଂ ଦଶପଲ୍ଲା ଥାନା ଅଧିକାରୀ ବିଶ୍ୱଜିତ ରାଉତରାୟ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।






