ନୟାଗଡ, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବିଡିଓଙ୍କ ରାଜ୍ୟ ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ବଦଳି କରିଛନ୍ତି । ବିଡିଓ ଦେବୀ ପ୍ରସାଦ ମହାନ୍ତିଙ୍କୁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ଅବସ୍ଥାପିତ କରାଯାଇଥିବା ବେଳେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେଠାରେ କାର୍ଯ୍ୟ କରିବାକୁ କୁହାଯାଇଛି । ଅନ୍ୟପକ୍ଷେ ବନ୍ଧମୁଣ୍ଡା ତହସିଲଦାର୍ ବିଶ୍ୱରଂଜନ ବିଶ୍ୱାସଙ୍କୁ ଦଶପଲ୍ଲା ବିଡିଓ ଭାବେ ବଦଳି କରାଯାଇଛି । ସୂଚନାନୁସାରେ, କିଛି ଦିନ ହେବ ଦଶପଲ୍ଲା ବ୍ଲକରେ ଅସ୍ଥିରତା ଲାଗି ରହିଥିଲା ।





