Saturday, June 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଣିଗିରି ଘାଟିରେ ଧସିଲା ପାହାଡ଼

by Anil Panda
October 3, 2020
in Nayagarh
ବାଣିଗିରି ଘାଟିରେ ଧସିଲା ପାହାଡ଼
1.1k
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଖୋର୍ଦ୍ଧା ବଲାଙ୍ଗିରି ୫୭ ନମ୍ବର ଜାତୀୟ ରାଜପଥ ଦଶପଲ୍ଲା ଠାରୁ ୩୦ କିଲୋମିଟର ବାଣିଗିରି ଘାଟିରେ ପାହାଡ଼ ଧସିବାରୁ ଜାତୀୟ ରାଜପଥରୁ ପିଚୁ ଉଠି ଯାଇଥିବା ଦେଖା ଯାଇଛି । ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିବା ବେଳେ ଏଥିରୁ ଅଳ୍ପକେ କିଛି ଟ୍ରକ ଦୁର୍ଘଟଣାରୁ ବର୍ତ୍ତୀ ଯାଇଥିବା ସୂଚନା ମିଳିଛି । ରାସ୍ତା ଉପରେ ପଥର, ମାଟି ଏବଂ ଗଛ ଗଦା ହୋଇଯିବାରୁ ରାସ୍ତାର ଉଭୟ ପାଶ୍ୱର୍ରେ ରାସ୍ତା ମଧ୍ୟ ସଂକୀଣ୍ଣ ହୋଇ ପଡ଼ଥିବା ଦେଖା ଯାଇଛି । ସୂଚନାନୁସାରେ, ଜାତୀୟ ରାଜପଥ ବିଭାଗ ପାହାଡ଼ କାଟି ୨୦୧୮ ମସିହା ସେପ୍ଟମ୍ବର ମାସରେ ରାସ୍ତା ପ୍ରଶସ୍ତି କରଣ କାମ କରିଥିଲା । ଠିକା ସଂସ୍ଥା ପାହାଡ଼କୁ ଠିକରେ କାଟି ନଥିବା କାରଣରୁ ୨୦୧୮ ସେପ୍ଟମ୍ବରରେ ମଧ୍ୟ ବଡ଼ ଧରଣର ଅତଡ଼ା ଖସିଥିଲା । ଯାହାକୁ ନେଇ ଜାତୀୟ ରାଜପଥ ବିଭାଗ ପକ୍ଷରୁ ପାହାଡ଼କୁ ଲଗାଇ ଢଳେଇ ପ୍ରାଚୀର ନିର୍ମାଣ କରା ଯାଇଥିବା ବେଳେ ଏହା ଆବଶ୍ୟକ ଉଚ୍ଚତାଠାରୁ କମ ରହିଥିବା ଜଣାଯାଇଛି । କିଛିଦିନ ହେବ ଲଗାଣ ବର୍ଷାରେ ମାଟି ଭିଜି ରହିଥିବା ବେଳେ ଗତକାଲି ଦଶପଲ୍ଲା ଅଂଚଳରେ ଭୀଷଣ ବର୍ଷା ଯୋଗୁଁ ଏହା ଧସି ପଡ଼ିଥିବା ଜଣାପଡ଼ିଛି । ମାତ୍ର ବିଭାଗ ପକ୍ଷରୁ ରାସ୍ତା ଉପରୁ ଆଜି ମାଟି ପଥର ଉଠା ଯାଇନଥିବା ବେଳେ ରାସ୍ତା ସଂକୀର୍ଣ୍ଣ ହେବା ଦ୍ୱାରା ଯାନବାହାନ ଯାତଆତରେ ଅସୁବିଧା ସୃଷ୍ଟି ହୋଇଛି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!