ନୟାଗଡ଼ ରନର୍ସ ଅପ, ମିଳିଲା ୧ ଲକ୍ଷ
ନୟାଗଡ଼, (ବାଘୁଆବାର୍ତ୍ତା): ନୂଆ-ଓ ମାଧ୍ୟମରେ ରାଜ୍ୟ ସ୍ତରୀୟ କ୍ରିକେଟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ପୁରୀ ଶ୍ରୀ ଜଗନ୍ନାଥ ଷ୍ଟାଡିୟମ ଠାରେ ଫେବୃଆରୀ ୬ ତାରିଖରୁ ଆରମ୍ଭ ହୋଇ ୧୩ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କ ଯୁବ ଓ କ୍ରୀଡ଼ା ବିଭାଗ ଦ୍ୱାରା ଆୟୋଜିତ ଏହି କ୍ରିକେଟ ପ୍ରତିଯୋଗୀତାରେ ନୟାଗଡ଼ ଟିମ୍ ସହ କେନ୍ଦ୍ରାପଡ଼ା ଦଳ ସାହିତ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ କେନ୍ଦ୍ରାପଡ଼ା ଦଳ ବିଜେତା ହୋଇଥିବା ବେଳେ ନୟାଗଡ଼ ଦଳ ରନର୍ସ ଅପ ହୋଇଛି । ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେତା ଓ ପରାଜିତ ଦଳକୁ ଟ୍ରଫି ସହ ସହାୟତା ରାଶି ପ୍ରଦାନ କରିଥିଲେ । ନୟାଗଡ଼ ଦଳକୁ ୧ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ମିଳିଥିବା ସୁଚନା ମିଳିଛି ।






