ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଜି ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଗ୍ରସ୍ତ କରି ରକ୍ତଭଣ୍ଡାର, ବିଭିନ୍ନ ୱାର୍ଡ଼ ପରିଦର୍ଶନ କରିଛନ୍ତି । ଏଥିସହିତ ମନ୍ତ୍ରୀ କରୋନା ମୁକାବିଲା ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତତ କୋଭିଡ୍ ୧୯ କଣ୍ଟ୍ରୋଲ୍ ରୁମ ଗ୍ରସ୍ତ କରିବା ସହ ଜିଲ୍ଲାରେ କରୋନା ମୁକାବିଲା ପାଇଁ ଚାଲିଥିବା ବିଭିନ୍ନ ପ୍ରକିୟା ସମ୍ବଦ୍ଧରେ ଆଲୋଚନା କରିଛନ୍ତି । କୋଭିଡ୍ ୧୯ କଣ୍ଟ୍ରୋଲ ରୁମ ଅଧିକାରି ତଥା ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡିଙ୍କ ସହ ମନ୍ତ୍ରୀ ଆଲୋଚନା କରିଛନ୍ତି । ଦେଶ ବିଦେଶରୁ ଆସୁଥିବା ତଥା ରାଜ୍ୟ ଓ ରାଜ୍ୟ ଭିତର କରୋନା ଆକ୍ରାନ୍ତ ସ୍ଥାନରୁ ଆସୁଥିବା ଲୋକଙ୍କ ନାମ ପଂଜିକରଣ ଏବଂ ସେମାନଙ୍କ କିପରି କ୍ୱାରେଣ୍ଟାଇନରେ ରଖାଯାଉଛି ସେ ସମ୍ବଦ୍ଧିୟ ଆଲୋଚନା କରିଥିଲେ । ଏଥିସହିତ ବିଭିନ୍ନ ବ୍ଲକର କରୋନା ମୁକାବିଲା ନେଇ ମନ୍ତ୍ରୀ ବନଖଣ୍ଡ ଅଧିକାରୀଙ୍କୁ ପଚାରି ବୁଝିଥିଲେ ।






