Monday, June 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚାନ୍ଦପୁର ପାଇଁ ୧୦ ଆଇସିୟୁ ଶର୍ଯ୍ୟା, ୫ ଭେଣ୍ଟିଲେଟର୍

by ସଞ୍ଜୟ ସ୍ୱାଇଁ
April 21, 2020
in Breaking, Health
ଚାନ୍ଦପୁର ପାଇଁ ୧୦ ଆଇସିୟୁ ଶର୍ଯ୍ୟା, ୫ ଭେଣ୍ଟିଲେଟର୍
10
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ମହାମାରୀ ପାଇଁ ଭାରତ ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ମୁକାବଲା କରିବା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଥିବା ବେଳେ ନୟାଗଡ଼ ଜିଲ୍ଲା ପ୍ରଶାସନ ମଧ୍ୟ କରୋନା ମହାମାରୀ ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ଚଳାଇଛି । ଏହି ପ୍ରରିପେକ୍ଷିରେ ଜିଲ୍ଲାର ପ୍ରଥମ କୋଭିଡ୍ ୧୯ ହେଲ୍‌ଥ ସେଣ୍ଟର ଏବଂ ଦୁଇଟି କୋଭିଡ୍ ୧୯ କେୟାର ହସପିଟାଲକୁ କାର୍ଯ୍ୟକ୍ଷମ କରାଯାଇଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁରଠାରେ ଅବସ୍ଥିତ ବସନ୍ତ ମଂଜରୀ ଦେବୀ ଟିବି ଚିକିତ୍ସାଳୟକୁ ଆଜିଠାରୁ କୋଭିଡ୍ ୧୯ ହେଲ୍‌ଥ ସେଣ୍ଟର ଭାବେ କାର୍ଯ୍ୟକ୍ଷମ କରାଯାଇଛି । ଏହି ଚିକିତ୍ସାଳୟରେ ୧୩ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ୧୦୦ଜଣ ବୈଷୟିକ ଜ୍ଞାନ କୌଶଳ ଧାରୀଙ୍କୁ କୋଭିଡ୍ ହେଲ୍‌ଥ ସେଣ୍ଟରରେ ନିଯୁକ୍ତି ପ୍ରଦାନ କରାଯାଇଛି । ଏଥିସହିତ ଆମ୍ବୁଲାନ୍ସର ବ୍ୟବସ୍ଥା ରହିଛି । ପ୍ରାଥମିକ ଅବସ୍ଥାରେ ଥିବା କୋଭିଡ୍ ୧୯ ରୋଗୀଙ୍କୁ ଏହି ହେଲଥ୍ ସେଣ୍ଟରରେ ଚିକିତ୍ସା କରାଯିବାର ବ୍ୟବସ୍ଥା କରାଯାଇଥିବା ବେଳେ ଅତି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଠାରେ ୧୦ଟି ଆଇସିୟୁ ଶର୍ଯ୍ୟା ଓ ୫ଟି ଭେଣ୍ଟିଲେଟର ବ୍ୟବସ୍ଥା କରାଯିବାକୁ ରାଜ୍ୟ ସରକାର ମଂଜୁର ଦେଇଥିବା ସୂଚନା ମିଳିଛି । ଏହାର ନିର୍ମାଣ କାର୍ଯ୍ୟ ପ୍ରାରମ୍ଭିକ ଭାବେ ଆରମ୍ଭ ହୋଇଯାଇଥିବା ଜଣାଯାଇଛି । ସମସ୍ତ ଯନ୍ତ୍ରପାତି କୋଭିଡ୍ ୧୯ ହେଲ୍‌ଥ ସେଣ୍ଟରରେ ପହଂଚି ସାରିଥିବା ବେଳେ ଖୁବଶ୍ରୀଘ୍ର ଏହା କାର୍ଯ୍ୟକ୍ଷମ ହେବ ବୋଲି ଜଣାଯାଇଛି । ଏହି ହେଲଥ୍ ସେଣ୍ଟରରେ ମୋଟ ଦୁଇ ଶହ ଶର୍ଯ୍ୟାର ସୁବିଧା ରହିଛି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!