ନୟାଗଡ଼, (ବାଘୁଆବାର୍ତ୍ତା) : ଉଚ୍ଚତମ ନ୍ୟାୟାଳୟର ନିର୍ଦ୍ଦେଶ ଏବଂ ଉଚ୍ଚ ନ୍ୟାୟାଳୟର ଆଦେଶ ମୁତାବକ ଆଜି ନୟାଗଡ଼ ଜିଲ୍ଲା ଜଜ୍ କୋର୍ଟ ପରିସରରେ ସ୍ୱତନ୍ତ୍ର ପୋସ୍କୋ ଅଦାଲତ ଉଦଘାଟିତ ହୋଇଯାଇଛି । ଜିଲ୍ଲା ଦୈାରା ଜଜ୍ ଗୋପାଳ ପଟ୍ଟନାୟକ ଏହି ସ୍ୱତନ୍ତ୍ର ଅଦାଲତକୁ ଉଦ୍ଘାଟିତ କରିଥିବା ବେଳେ ତାଙ୍କ ସହିତ ପୋସ୍କୋ ଅଦାଲତ ପାଇଁ ନିଯୁକ୍ତ ସ୍ୱତନ୍ତ୍ର ବିଚାରପତି ଉଦୟଭାନୂ ଜେନା, ସିଜେଏମ୍ ମାନସ କୁମାର ପଣ୍ଡା, ପରିବାର ଅଦାଲତ ବିଚାରପତି ପ୍ରଶାନ୍ତ ମିଶ୍ର, ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ରଞ୍ଜୁଲତା ଲେଙ୍କା, ସବ୍ ଜଜ୍ ମୁଶାରଫ ଜାହିନ୍, ଏସଡିଜେଏମ୍ ବବିତା ପାତ୍ର, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟେଡ ମୋନାଲିସା ଦାଶ, ପ୍ରତୀମା ସାହୁ, ଦମୟନ୍ତୀ ପ୍ରମୂଖ ଉପସ୍ଥିତ ଥିଲେ । ଏହି ଅଦାଲତ ଉଦ୍ଘାଟନୀ ଉତ୍ସବରେ ସମସ୍ତ କୋର୍ଟ କର୍ମଚାରୀ ଏବଂ ସରକାରୀ ଓ ବେସରକାରୀ ଆଇନଜୀବୀମାନେ ଉପସ୍ଥିତ ଥିଲେ ।






