Saturday, April 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁଇଜଣଙ୍କୁ ବିଭିନ୍ନ ଦଫାରେ ୧୨ ବର୍ଷ ଜେଲ୍‌

by ସଞ୍ଜୟ ସ୍ୱାଇଁ
January 19, 2020
in Crime
27
VIEWS
Share on FacebookShare on Twitter

ମରାଣନ୍ତକ ଆକ୍ରମଣ ଘଟଣା

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଜାମୁସାହି ଗ୍ରାମର ଦୁଇଜଣଙ୍କୁ ବିଭିନ୍ନ ଦଫାରେ ୧୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ଏକ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି ନୟାଗଡ଼ ଜିଲ୍ଲା ମୁଖ୍ୟ ବିଚାରବିଭାଗୀୟ ବିଚାରପତି ମାନସ କୁମାର ପଣ୍ଡା । ସୂଚନାନୁସାରେ, ୨୦୧୫ ମସିହା ଜୁନ ୨୬ ତାରିଖରେ ପୂର୍ବାହ୍ନରେ ଜାମୁସାହି ଗ୍ରାମର ବନମାଳୀ ଜେନା ଏବଂ ତାଙ୍କ ଭାଇ ନକୁଳ ଜେନା ଏବଂ ପୁତିରା ଅମୂଲ୍ୟ ଜେନା ଗଣ୍ଡଗୋଳ ହୋଇଥିଲା । ନକୁଳ ଓ ଅମୂଲ୍ୟଙ୍କ ଆକ୍ରମଣରେ ବନମାଳୀଙ୍କ ଅବସ୍ଥା ସଂଙ୍କଟାପର୍ଣ୍ଣ ହୋଇ ଯାଇଥିଲା । ଏହି ଘଟଣାରେ ପୁଲିସ ନକୁଳ ଜେନାଙ୍କୁ ଗିରଫ କରିଥିବା ବେଳେ ଅମୂଲ୍ୟ ଉଚ୍ଚ ନ୍ୟାୟାଳୟର ଆଦେଶ ବଳରେ ଜାମିନ ପାଇଥିଲେ । ଏହି ଘଟଣାର ଅଭିଯୋଗ ଫର୍ଦ୍ଦ ପୁଲିସ କୋର୍ଟରେ ଦାଖଲା କରିବା ପରେ ଘଟଣାର ଗମ୍ଭିରତା ଦୃଷ୍ଟିରୁ ଏହା ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟେଟଙ୍କ ଅଦାଲତକୁ ସ୍ଥାନାନ୍ତରିତ ହୋଇଥିଲା । ସାକ୍ଷୀଙ୍କ ବୟାନକୁ ତର୍ଜ୍ଜମା କରି ବିଚାରପତି ଆସାମୀ ନକୁଳ ଜେନା ଏବଂ ଅମୂଲ୍ୟ ଜେନାଙ୍କୁ ଦୋଷୀ ସାବ୍ୟସ୍ତ କରି ଉଭୟଙ୍କୁ ଭାରତୀୟ ପିଙ୍ଗଲ କୋର୍ଟ ଦଫା ୩୦୭ରେ ଅନୁଯାୟୀ ୭ବର୍ଷ ସଶ୍ରମ କାରାଦଣ୍ଡାଦେଶ ଏବଂ ଏକ ହଜାର ଜୋରିମାନା, ଦଫା ୩୨୪ରେ ୨ବର୍ଷ ସଶ୍ରମ କାରାଦଣ୍ଡା ଦେଶ, ଦଫା ୫୦୬ରେ ୩ ବର୍ଷ ସଶ୍ରମ କାରାଦଣ୍ଡା ଦେଶ ଦେଇଥିବା ବେଳେ ଏହାକୁ ଏକକାଳୀନ ଭୋଗ କରିବା ପାଇଁ ବିଚାରପତି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ଏହି ମାମଲାକୁ ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର ଅମୀୟ ପଟ୍ଟନାୟକ ପରିଚାଳନା କରିଥିଲେ ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

April 17, 2026
ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026
ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

April 16, 2026
ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

April 16, 2026
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!