Friday, April 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦର୍ପନାରାୟଣପୁର ବ୍ୟାଙ୍କ ଡକାୟତି : ଆସାମୀକୁ ୧୦ ବର୍ଷ ଜେଲ୍ ଦଣ୍ଡ

by Anil Panda
June 30, 2020
in Breaking, Crime
ଦର୍ପନାରାୟଣପୁର ବ୍ୟାଙ୍କ ଡକାୟତି : ଆସାମୀକୁ ୧୦ ବର୍ଷ ଜେଲ୍ ଦଣ୍ଡ
34
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାର ବହୁ ଚର୍ଚ୍ଚିତ ଦର୍ପନାରାୟଣପୁର ବ୍ୟାଙ୍କ ଡକାୟତି ଘଟଣାରେ ଆଜି ଅନ୍ୟ ଜଣେ ଅପରାଧିକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ହୋଇଛି । ଫାଷ୍ଟ୍‌ଟ୍ରାକ କୋର୍ଟ ବିଚାରପତି ଚିତ୍ତରଂଜନ ମିଶ୍ର ଏହି ମାମଲାର ଶୁଣାଣି କରି ଆସାମୀକୁ ୧୦ ବର୍ଷ ଜେଲ ଦଣ୍ଡ ସହିତ ୭ ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ୨୦୧୩ ମସିହା ଡିସେମ୍ବର ୩୧ ତାରିଖରେ ଘଟିଥିବା ଏହି ଘଟଣାରେ ଗତବର୍ଷ ନଭେମ୍ବର ୧୮ ତାରିଖରେ ଦୁଇ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ କୋର୍ଟ ରାୟ ପ୍ରକାଶ ପାଇଥିଲା । ସେମାନେ ଏବେ ଜେଲରେ ଥିବା ବେଳେ ଅନ୍ୟ ୫ ଜଣ ଅଭିଯୁକ୍ତ କୋର୍ଟରେ ଅନୁପସ୍ଥିତ ରହିଥିବାରୁ କୋର୍ଟ ସେମାନଙ୍କ ବିରୁଦ୍ଧରେ ଜାନିମ ବିହୀନ ଗିରଫ ପରଓା୍ୱନା ଜାରି କରିଥିଲେ । ଏହି ଘଟଣାରେ ଜଡ଼ିତ କଟକ ବାସୁଳିସାହି ଅଂଚଳର ବାବୁଲି ଓରଫ ଅଶୋକ ମହାରଣା ହାଇକୋର୍ଟ ନିର୍ଦ୍ଦେଶ ବଳରେ ନୟାଗଡ଼ କୋର୍ଟରେ ହାଜର ହେବାରୁ ଆଜି ତାଙ୍କ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି । ଅଶୋକଙ୍କୁ ୪୧୨ ଦଫାରେ ୯ ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରାଯାଇଥିବା ବେଳେ ୫ ହଜାରେ ଟଙ୍କା ଜୋରିମାନା ଆଦେଶ ଦିଆଯାଇଛି । ସେହିଭଳି ୨୦୧ ଦଫାରେ ଏକ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୨ ହଜାର ଟଙ୍କା ଜୋରିମାନା କରାଯାଇଛି । ଏହି ଦଣ୍ଡକୁ ଆସାମୀ ଏକ କାଳୀନ ଭୋଗ କରିବେ ବୋଲି ଜଣାଯାଇଛି । ଏହି ମାମଲାକୁ ସରକାରଙ୍କ ତରଫରୁ ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର୍ ଅମୀୟ ପଟ୍ଟନାୟକ ପରିଚାଳନା କରୁଥିଲେ ।

Leave a Reply Cancel reply

Your email address will not be published. Required fields are marked *

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

April 17, 2026
ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026
ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

April 16, 2026
ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

April 16, 2026
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!