Tuesday, April 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆକ୍ରମଣ ଘଟଣାରେ ଦୁଇ ସହଯୋଗୀ ଦୋଷୀ ସାବ୍ୟସ୍ତ

by ସଞ୍ଜୟ ସ୍ୱାଇଁ
February 27, 2020
in Feature News
14
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟେଡ ମାନସ କୁମାର ପଣ୍ଡାଙ୍କ କୋର୍ଟରେ ଏକ ଆକ୍ରମଣ ମାମଲାର ବିଚାର କରି ଦୁଇ ସହଯୋଗୀଙ୍କୁ ଦୋଷୀ ସାବ୍ୟସ୍ତ କରି ଦୃଷ୍ଟାନ୍ତମୂଳକ ଦଣ୍ଡ ସ୍ୱରୂପ ଉଭୟଙ୍କୁ ପ୍ରୋବେସନର ଅଫେଣ୍ଡର ଆକ୍ଟ ଅନୁଯାୟୀ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଡିପିଓଙ୍କୁ ନିର୍ଦ୍ଦେଶ ଦେଇ ଅଭିଯୁକ୍ତମାନଙ୍କୁ ବେଲ ଜରିଆରେ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ଘଟଣାରୁ ପ୍ରକାଶ ଯେ, ୨୦୧୪ ମସିହା ଜୁଲାଇ ୬ ତାରିଖରେ ଓଡ଼ଗାଁ ଥାନା ଅଧିନସ୍ଥ ଭାଲିଆଡିହି ଗ୍ରାମରେ ରାମଚନ୍ଦ୍ର ପଧାନଙ୍କ ପୁଅ ବଂଶୀଧର ପ୍ରଧାନ ଏବଂ ସହଯୋଗୀ ଜୟକୃଷ୍ଣ ପ୍ରଧାନ ନିଜ ଗ୍ରାମକୁ ଫେରୁଥିଲେ । ଗାଁ ମୁଣ୍ଡରେ ଉକ୍ତ ଗ୍ରାମର ହଜାର ନାୟକଙ୍କ ପୁତ୍ର ବିକ୍ରମ ନାୟକ, ଅଚ୍ୟୁତ ନାୟକଙ୍କ ପୁଅ ବାପିନା ନାୟକ, ଦେବରାଜ ଡାକୁଆ ପୁଅ କାଳିଆ ଡାକୁଆ ଅନ୍ୟ ଏକ ବାଇକରେ ଆସି ସେଠାରେ ଅଟଳିଥିଲେ । ବାଇକରୁ ଓହ୍ଲାଇ ବିକ୍ରମ ନାୟକ ଏକ ଲୁହା ରଡ଼ରେ ବଂଶୀଧର ପ୍ରଧାନଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା । ନିକଟରେ ଥରବା ଜୟକୃର୍ଷ୍ଣ ପ୍ରତିବାଦ କରିବାରୁ ସେ ମଧ୍ୟ ଆକ୍ରମଣରୁ ବର୍ତ୍ତୀ ପାରି ନଥିଲା । ବଂଶୀଧର ପ୍ରଧାନ ତଳେ ପଡ଼ି ଛଟପଟ ହେଉଥିବା ବେଳେ ବିକ୍ରମ ସାଙ୍ଗରେ ଥିବା ବାପିନା ଏବଂ କାଳିଆ ଡାକୁଆ ବଂଶୀଧରଙ୍କୁ ବିଧା, ଗୋଇଠା ମାରିଥିଲେ । ପରେ ବଂଶୀଧରଙ୍କ ଏତଲା ଅନୁସାରେ, ଓଡ଼ଗାଁ ପୁଲିସ ଏକ ମାମଲା ରୁଜୁ କରିବା ସହ ବିକ୍ରମ, ବାପିନା ଏବଂ କାଳିଆଙ୍କ ନାମରେ କୋର୍ଟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲା । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବିକ୍ରମ ନାୟକ ଗତବର୍ଷ ମୃତ୍ୟୁ ବରଣ କରି ସାରିଥିଲା । ଘଟଣାର ଗୁରତ୍ୱ ଦୁଷ୍ଟିରୁ ଏହାର ବିଚାର ନୟାଗଡ଼ ସିଜେଏମ୍ କୋର୍ଟରେ ଚାଲିଥିଲା । ସାତ ଜଣ ସାକ୍ଷୀଙ୍କ ଜମାନବନ୍ଦୀ, ତଦନ୍ତକାରୀ ଅଧିକାରୀଙ୍କ ବୟାନ, ଡାକ୍ତର ମାଇନା ରିପୋର୍ଟ ଏବଂ ଉଭୟ ପକ୍ଷ ଓଳିଲଙ୍କ ଯୁକ୍ତିକୁ ତର୍ଜ୍ଜମା କରି ସହଯୋଗୀ ବାପିନା ନାୟକ ଏବଂ କାଳିଆ ଡାକୁଆକୁ ବିଚାରପତି ଦୋଷୀ ସାବ୍ୟସ୍ତ କରି ଦଣ୍ଡ ସ୍ୱରୂପ ଉଭୟଙ୍କୁ ପ୍ରୋବେସନର ଅଫେଣ୍ଡର ଆକ୍ଟ ଅନୁଯାୟୀ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଡିପିଓଙ୍କୁ ନିର୍ଦ୍ଦେଶ ଦେଇ ଅଭିଯୁକ୍ତମାନଙ୍କୁ ବେଲ ଜରିଆରେ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତ ମାନଙ୍କୁ ତିନିବର୍ଷ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକଳାପ ପ୍ରତି ନଜର ରଖିବାକୁ ନିର୍ଦ୍ଦେଶ ହୋଇଛି । ଏହି ମାମଲାକୁ ସରକାରଙ୍କ ତରଫରୁ ଅତିରିକ୍ତ ପବ୍ଲିକ ପ୍ରୋସୁକ୍ୟୁଟର ଅମୀୟ ପଟ୍ଟନାୟକ ପରିଚାଳନା କରୁଥିଲେ ।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!