ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କାୟା ମେଲାଇ ଚାଲିଥିବା କରୋନା ମହାମାରୀ ଦ୍ୱାରା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୨୫ରେ ପଂହଚିଥିବା ବେଳେ ଗତକାଲି ଗୋଟିଏ ଗ୍ରାମରୁ ୩୦ ଆକ୍ରାନ୍ତ ଚିହ୍ନଟ ହେବାକୁ ନେଇ ଚିନ୍ତା ବଢ଼ିଛି । ଖଣ୍ଡପଡ଼ା ବ୍ଲକ ଜଗନ୍ନାଥପ୍ରସାଦ ଗ୍ରାମରୁ ୩୦ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ତରଫରୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ଜଗନ୍ନାଥପ୍ରସାଦ, କାଦୁଆପଡ଼ା, କାଦୁଆପଡ଼ା ପାଟଣାକୁ ଜିଲ୍ଲାପାଳ ଡ. ପୋମା ଟୁଡୁ କଣ୍ଟେନ୍ମେଣ୍ଟ ଘୋଷଣା କରିଛନ୍ତି । ଏହି ଗ୍ରାମବାସୀମାନେ ଘରେ ରହିବା ପାଇଁ ଜିଲ୍ଲାପାଳ କୋଭିଡ୍ କଟକଣା ଲାଗୁ କରିଥିବା ବେଳେ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦେଇଛନ୍ତି । ଅଂଚଳରେ ଗତକାଲି ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା । ପ୍ରଶାସନ ପକ୍ଷରୁ ସମସ୍ତ ଆକ୍ରାନ୍ତଙ୍କୁ ଖଣ୍ଡପଡ଼ା କୋଭିଡ୍ କେୟାରରେ ରଖାଯାଇ ଚିକିତ୍ସିତ କରାଯାଉଛି ।






