ନୟାଗଡ଼, (ବାଘୁଆବାର୍ତ୍ତା): ଦିଲ୍ଲୀରେ ହୋଇଥିବା ଦଙ୍ଗା ନିୟମନ୍ତ୍ରଣ କରିବାରେ ପୁଲିସର କାର୍ଯ୍ୟ ଦକ୍ଷତା ପ୍ରତି ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଟିପ୍ପଣୀ ପ୍ରରିପେକ୍ଷିରେ ଦିଲ୍ଲୀ ପୁଲିସ ପ୍ରଶାସନ ଦାୟିତ୍ୱରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ବିକ୍ଷୋଭ ପଦର୍ଶନ କରାଯିବା ସହ କୁଶ ପୁତଳିକା ଦାହ କରାଯାଇଛି । ଜିଲ୍ଲା କଂଗ୍ରେସ ପ୍ରାକ୍ତନ ସଭାପତି ରଣଜିତ ଦାଶଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭ ସମାବେଶରେ କଂଗ୍ରେସ ନେତା ହୁସେନ ଖାଁ, ମନୋଜ କୁମାର ସାହୁ, ଅମଜାଦ୍ ଖାଁ, ପ୍ରଫୁଲ କୁମାର ମିଶ୍ର, ହାଡ଼ିବନ୍ଧୁ ମହାପାତ୍ର, ଦୀପକ ବେହେରା, ମହିଳା କଂଗ୍ରେସ ସଭାନେତ୍ରୀ ଉମାରାଣୀ ପାଣିଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।





