Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଟାନି ପ୍ରଶ୍ନପତ୍ରରେ ସିଲାବସ୍ ବାହାରୁ ପ୍ରଶ୍ନ, ଛାତ୍ରଛାତ୍ରୀଙ୍କ ଅସନ୍ତୋଷ

by ସଞ୍ଜୟ ସ୍ୱାଇଁ
March 14, 2024
in Education, Nayagarh, State
ବଟାନି ପ୍ରଶ୍ନପତ୍ରରେ ସିଲାବସ୍ ବାହାରୁ ପ୍ରଶ୍ନ, ଛାତ୍ରଛାତ୍ରୀଙ୍କ ଅସନ୍ତୋଷ
159
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ପ୍ରଶ୍ନପତ୍ରରେ ତୃଟି ଅଭିଯୋଗ କାଉନ୍‌ସିଲ୍‌ର ପିଛା ଛାଡୁନାହିଁ । ପିଜିକ୍ସ ପେପର୍‌ରେ ସିଲାବସ୍ ବାହାରରୁ ପ୍ରଶ୍ନ ଆସିଥିବା ଅଭିଯୋଗ ପରେ କାଉନ୍‌ସିଲ୍ କତ୍ତୃପକ୍ଷ ଗ୍ରେସ୍ ମାର୍କ ଦେବା ପାଇଁ ରାଜି ହୋଇଥିଲେ । ଏବେ ପୁଣି ବଟାନି ପ୍ରଶ୍ନପତ୍ରରେ ସିଲାବସ୍ ବାହାରୁ ପ୍ରଶ୍ନ ଆସିବା ସହ ପ୍ରଶ୍ନର ପାଟର୍ଣ୍ଣ ଚେଞ୍ ହୋଇଥିବା ଅଭିଯୋଗ ଆସିଛି । ନୟାଗଡ ମହାବିଦ୍ୟାଳୟର ଯୁକ୍ତଦୁଇ ପରୀକ୍ଷାର୍ଥୀମାନେ ଏହି ଅଭିଯୋଗ ଆଣିଛନ୍ତି । ଏପରିକି ୩୫ମାର୍କ ମଧ୍ୟରୁ ୧୨ମାର୍କର କୋଶ୍ଚିନ୍ ସିଲାବସ୍ ବାହାରରୁ ଆସିଥିବା ସେମାନେ ଅଭିଯୋଗ କରିଛନ୍ତି । ଏହାସହିତ ପ୍ରଶ୍ନପତ୍ରର ପାଟର୍ଣ୍ଣ ମଧ୍ୟ ବଦଳାଯାଇଥିବା ଉଭୟ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଅଭିଯୋଗ କରିଛନ୍ତି ।

ଗତ ୧୧ତାରିଖରେ ଯୁକ୍ତ ଦୁଇ ବିଜ୍ଞାନର ବଟାନୀ ପରୀକ୍ଷା ହୋଇଥିଲା । ଏଥିରେ ସେଟ୍ ଡି ଗୃପ୍ ଏର ୧ନମ୍ବର ଡି ଏବଂ ଗୃପ୍ ବିର ୩ନମ୍ବର ଏ , ବି , ସି ଓ ୪ନମ୍ବର କୋଶ୍ଚିନ୍‌ର ଏ ଏବଂ ବି କୋଶ୍ଚିନ୍ ସମ୍ପୁର୍ଣ୍ଣ ଭାବେ ସିଲାବସ୍ ବାହାରୁ ଆସିଥିବା ଛାତ୍ରଛାତ୍ରୀମାନେ କହିଛନ୍ତି । ଏହିସବୁ କୋଶ୍ଚିନ ସମୁଦାୟ ୧୨ମାର୍କର ବୋଲି ଜଣାପଡିଛି । ସିଲାବସ୍ ବାହାରର ହୋଇଥିବାରୁ ପରୀକ୍ଷାର୍ଥୀମାନେ ଏହାକୁ ଆଟେଣ୍ଡ କରିପାରିନଥିବା କହିଛନ୍ତି । ଏହାସହିତ ଉଭୟ ଅଧ୍ୟାପକ ଏବଂ ଛାତ୍ରଛାତ୍ରୀ ପାଠପଢିବା ସମୟରେ ସାଧାରଣତଃ କାଉନ୍‌ସିଲ୍ ଦ୍ୱାରା ଆପୃଭ୍ ବ୍ୟୁରୋ ବହି ଅନୂଯାୟୀ ପାଠ ପଢିଥାନ୍ତି ।

କିନ୍ତୁ ଚଳିତବର୍ଷ ବଟାନୀ ପ୍ରଶ୍ନପତ୍ର ଏନ୍‌.ସି.ଇ.ଆର୍‌.ଟି ଅନୂଯାୟୀ ହୋଇଥିବା ଅଧ୍ୟାପକ କହିଛନ୍ତି । ସିଲାବସ୍ ବାହାରରୁ କୋଶ୍ଚିନ୍ ଆସିଥିିବାରୁ ସେହି ୧୨ମାର୍କ ସମସ୍ତ ପିଲାଙ୍କୁ ଗ୍ରେସ୍ ଦିଆଯାଉ ବୋଲି ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି । ପିଲାମାନଙ୍କର ଦାବି ଯଥାର୍ଥ ଏବଂ ଏଥିପାଇଁ ପିଲାମାନଙ୍କ ଭବିଷ୍ୟତ ସହ ନଖେଳି କାଉନ୍‌ସିଲ୍ କର୍ତ୍ତୃପକ୍ଷ ତୁରନ୍ତ ନିଷ୍ପତ୍ତି ନେବା ଆବଶ୍ୟକ ବୋଲି ଅଧ୍ୟାପକ କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!