ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାଚୀର ପତ୍ର ‘ବର୍ଣ୍ଣାଳୀ’ର ଶାରଦୀୟ ବିଶେଷାଙ୍କ ଉନ୍ମୋଚନ

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାଚୀର ପତ୍ର ‘ବର୍ଣ୍ଣାଳୀ’ର ଶାରଦୀୟ ବିଶେଷାଙ୍କ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ କରକମଳରେ ମହାବିଦ୍ୟାଳୟ ପରିସରରେ ଉନ୍ମୋଚିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଡ. ସାହୁ ଯୋଗ ଦେଇ ‘ବର୍ଣ୍ଣାଳୀ’ର ଶାରଦୀୟ ବିଶେଷାଙ୍କ ଉନ୍ମୋଚନ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କ ସହ ଭାବ ବିନିମୟ କରିଥିଲେ ।

ଯୁବ ସମାଜ ତଥା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସୃଜନଶୀଳତାର ବିକାଶ କିଭଳି ହୋଇପାରିବ ସେ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିପିନ କୁମାର ପଟ୍ଟନାୟକ, ପରୀକ୍ଷା ନିୟନ୍ତ୍ରକ ଡ. ଜାନକୀ ନାଥ ଦାସ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ସୃଜନାତ୍ମକ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ହରେକୃଷ୍ଣ ଦାସ, ଅଧ୍ୟାପିକା ସ୍ମିତା ସ୍ୱାଇଁ, ଟୁନି ପରିଡା ଓ ଅନିତା ସାମନ୍ତରାୟ ସହଯୋଗ କରିଥିଲେ । ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଏହି ଶାରଦୀୟ ବିଶେଷାଙ୍କରେ ପ୍ରକାଶିତ ହେବା ନିମନ୍ତେ ସମସ୍ତ କର୍ମଚାରୀ ଅଂଶଗ୍ରହଣ କରିଥିଲେ ।