ଏମିତି ଶିକ୍ଷକ ହେବ ଯେମିତି, ପିଲା ତୁମ ସାଥିରେ ଠିଆହେବେ : ଅରୁଣ
ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ଆନୁକୁଲ୍ୟରେ ଉଭୟ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ୫୭ ତମ ବାର୍ଷିକ କ୍ରୀଡା ଉତ୍ସବ ୫ ତାରିଖରୁ ଆରମ୍ଭ ହୋଇ ୭ତାରିଖ ଦିନ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ଦିବସରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ କ୍ରୀଡ଼ା ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରାଇଥିଲେ l
ଏମିତି ଶିକ୍ଷକ ହେବ ଯେମିତି ପିଲା ତୁମ ସାଥିରେ ଠିଆହେବେ ଏବଂ ପାଠ ବହି ପଢ଼ିବା ସହ ଅନ୍ୟାୟ ପାଠ ମଧ୍ୟ ନିହାତି ଆବଶ୍ୟକ l ତେଣୁ ଆମ ଜୀବନରେ ସବୁ ବିଦ୍ୟା ଶିକ୍ଷଣୀୟ ନିହାତି ଆବଶ୍ୟକ ବୋଲି ବିଧାୟକ ଡ଼ ସାହୁ ବକ୍ତବ୍ୟ ରଖିଥିଲେ l
ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ବିପିନ କୁମାର ପଟ୍ଟନାୟକ, ଅଧ୍ୟାପକ ବିନାୟକ ପ୍ରସାଦ ରାଓ, ଅଧ୍ୟାପିକା ସ୍ମିତା ସ୍ୱାଇଁ, କ୍ରୀଡ଼ା ପ୍ରଶିକ୍ଷକ ସୂର୍ଯ୍ୟମଣୀ ପ୍ରଧାନ ଉପସ୍ଥିତ ରହି କାର୍ଯ୍ୟକ୍ରମକୁଆଗକୁ ବଢ଼ାଇଥିଲେ l ୫୭ ତମ ବାର୍ଷିକ କ୍ରୀଡା ଉତ୍ସବରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ଟ୍ରଫି ସାର୍ଟିଫିକେଟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ପରିଶେଷରେ ଦିଲ୍ଲୀପ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।