ନୟାଗଡ଼, (ବାଘୁଆବାର୍ତ୍ତା): ଓଏମପି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ହଠାତ ପଶିଲେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ । ନୟାଗଡ଼ ପିଟିଏସ ଠାରେ ଥିବା ଓଏମପି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ା ହଉଥିବା ବେଳେ ଆଜି ହଠାତ ପହଞ୍ଚିଥିଲେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଓ ପୋଲିସ ଟ୍ରେନିଂ ସ୍କୁଲର ଅଧ୍ୟକ୍ଷ ଭବେଶ ନାୟକ l ବିଦ୍ୟାଳୟରେ ଏହି ତିନିଜଣଙ୍କୁ ଦେଖି ପ୍ରଧାନ ଶିକ୍ଷୟତ୍ରୀ ସୁକାନ୍ତି ମହାପାତ୍ର ଦେଖି ଆଶ୍ଚର୍ଯ୍ୟ ହୋଇପଡିଥିଲେ l

ବିଦ୍ୟାଳୟରେ ଜିଲ୍ଲାପାଳ ସମସ୍ତ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ସଂପର୍କରେ ପଚାରି ବୁଝିଥିଲେ l ଶ୍ରେଣୀ ଗୃହର ଅଭାବ ନୂତନ ଗୃହ ନିର୍ମାଣ କରିବା ପାଇଁ ପ୍ରଧାନଶିକ୍ଷୟତ୍ରୀ ଅନୁରୋଧ କରିଥିଲେ ଏବଂ କାଠ ଚୁଲାରେ କାହିଁକି ରୋଷେଇ ହେଉଛି ପଚାରି ବୁଝିଥିଲେ ଜିଲ୍ଲାପାଳ l ଗ୍ୟାସ କୁଆଡେ ଗଲା ପଚାରିଥିଲେ କିନ୍ତୁ ଶିକ୍ଷୟତ୍ରୀ ଗ୍ୟାସ ସୁବିଧା ଆମକୁ ମିଳିନାହିଁ ବୋଲି ଜିଲ୍ଲାପାଳଙ୍କୁ କହିଥିଲେ । ଜିଲ୍ଲାପାଳ ପିଲା ମାନଙ୍କ ସହ ବାର୍ତ୍ତାଳାପ କରି ପାଠ ପଢ଼ା ସମ୍ବନ୍ଧରେ ପଚାରି ବୁଝିଥିଲେ ।





