ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସ୍ୱଂୟ ଶାସିତ ମହାବିଦ୍ୟାଳୟରେ ଇନ୍ଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସ ଦ୍ୱାରା ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଜ୍ଞାନରେ ମହିଳା ବିଷୟ ବସ୍ତୁକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷା ମେଜର ମଂଜୁଶ୍ରୀ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଆଲୋଚନା ଚକ୍ରରେ ବୈାଜ୍ଞାନିକ ଡ. ରମେଶ ଚନ୍ଦ୍ର ପଣ୍ଡା, ବୈଜ୍ଞାନିକ ଚକ୍ରଧର ମିଶ୍ର, ରେଭେନ୍ସା ବିଶ୍ୱ ବିଦ୍ୟାଳୟର ପ୍ରଫେସର ଲୁନା ସାମନ୍ତ, ବୈଜ୍ଞାନିକ ଡ. ଦିଲ୍ଲୀପ ବାସୁଦେବନ ପ୍ରମୂଖ ଯୋଗ ଦେଇଥିଲେ ।

ଜାତୀୟ ବିଜ୍ଞାନ ଦିବସ ଅବସରରେ ବକ୍ତମାନେ ମହିଳାମାନେ ବିଜ୍ଞାନ ପ୍ରତି ଆଗ୍ରହ ଦେଖାଉଥିବା ଏବଂ ବିଜ୍ଞାନରେ ମହିଳାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବକ୍ତ କରିଥିଲେ । ଏହି ଅବସରରେ ଭାରତୀୟ ମହିଳା ବୈଜ୍ଞାନିକ ଅସୀମା ଚାଟାର୍ଜୀ, ଡ. ଇନ୍ଦୀରା ହିନ୍ଦୁଜା, ପରମଜିତ୍ ଖୁରାନା, ଡ. ଆଦିତ୍ ପ୍ୟାଣ୍ଟ, ଟେସି ଥୋମାସ୍, ମୁଥୟା ଭନିଠା ପ୍ରମୂଖ ବୈଜ୍ଞାନିକମାନଙ୍କର ଭାରତ ପ୍ରତି ଅବଦାନ ସଂସ୍ପର୍ଶରେ ବକ୍ତବ୍ୟ ରଖିଥିଲେ । ଆଜିକାର ଦିନରେ ପୁରୁଷ ମାନଙ୍କ ଅପେକ୍ଷା, ମହିଳାମାନଙ୍କର ଭୂମିକା ବୃଦ୍ଧି ପାଇବା ସହ ସେମାନଙ୍କର ଗୁରୁତ୍ୱ ବଢ଼ିଛି । ପ୍ରତ୍ୟେକ ଛାତ୍ରୀମାନେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ନିମନ୍ତେ ଅତିଥିମାନେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ମହାବିଦ୍ୟାଳୟ ପକ୍ଷରୁ ସମସ୍ତ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମହାବିଦ୍ୟାଳୟର ନ୍ୟୁଜ ଲେଟର କ୍ୟାମ୍ପସ୍ କ୍ରୋନିସ୍ ଉନ୍ମୋଚନ କରିଥିଲେ । ଜିଲ୍ଲାର ଅଷ୍ଟମଠାରୁ +୨ ପର୍ଯ୍ୟନ୍ତ ଛାତ୍ରୀମାନଙ୍କ ଦ୍ୱାରା ୩୫ ଗୋଟି ଷ୍ଟଲ ନିର୍ମାଣ କରାଯାଇ ବିଜ୍ଞାନ ପ୍ରକଳ୍ପ ପଦର୍ଶିତ ହୋଇଥିଲା । ଗଣେଶ୍ୱର ମିଶ୍ର, ଡ. ଆଶୁତୋଷ ମିଶ୍ର, ଉମ୍ମର ମଲ୍ଲିକଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକାମାନେ ସହଯୋଗ କରିଥିଲେ ।







