ନୟାଗଡ଼,(ବାଘୁଆବାର୍ତ୍ତା): କରୋନା ମୁକାବିଲା ନେଇ ଆଜି ନୟାଗଡ଼ ଜିଲ୍ଲା କେମେଷ୍ଟ୍ରି ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରାଯାଇଛି । ଆସୋସିଏସନ୍ ସଭାପତି ପ୍ରହଲ୍ଲାଦ ସାହୁ ଏବଂ ସଂପାଦକ ସନ୍ତୋଷ କୁମାର ନାୟକ ଜିଲ୍ଲାପାଳଙ୍କୁ ଭେଟି ୭୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ତାଙ୍କ ସହ ଆସୋସିଏସନ୍ର କୋଷାଧ୍ୟକ୍ଷ ପରମାନନ୍ଦ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସୁଧାଂଶୁ ପ୍ରଧାନ ଉପସ୍ଥିତ ରହିଥିଲେ ।






