ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ସଦରମହକୁମାରେ ଅବସ୍ଥିତ ଆହାର କେନ୍ଦ୍ର ନିକଟରେ ନୟାଗଡ଼ କ୍ଲବ୍ ତରଫରୁ ୨୦୦ ଅଭାବୀ ଗରିବ ଦୁଃସ୍ଥ ଲୋକମାନଙ୍କୁ ମାଗଣା ଜଳଖିଆ ବିତରଣ କରାଯାଇଛି। ଆଜି କ୍ଲବ୍ ର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ଯୋଗ ଦେଇ ଜଳଖିଆ ବିତରଣ କାର୍ଯ୍ୟକ୍ରମର ଶୁଭାରାମ୍ଭ କରିଥିଲେ। ଆଜି ପବିତ୍ର ବିଛାସଂକ୍ରନ୍ତି କାର୍ତ୍ତିକ ସୋମବାର ସକାଳ ୮ଟା ୩୦ ମିନିଟ୍ ସମୟରେ ଉପମା ଘୁଗୁନି ଜଳଖିଆ ବିତରଣ କରାଯାଇଥିବା ବେଳେ ପ୍ରତ୍ଯେକ ମାସ ସଂକ୍ରାନ୍ତିରେ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି କ୍ଲବ୍ ର ସଂପାଦକ ମିହିର ରଂଜନ ନାୟକ ସୂଚନା ଦେଇଛନ୍ତି। ଏହି ମାଗଣା ଜଳଖିଆ ବିତରଣ କାର୍ଯ୍ୟକ୍ରମରେ କ୍ଲବର କୋଷାଧ୍ୟକ୍ଷ ଶ୍ରୀଧର ସାହୁ, ସଦସ୍ଯ ପ୍ରସନ୍ନ କୁମାର ବସନ୍ତିଆ, ସନ୍ତୋଷ କୁମାର ନାୟକ, ଧୀରେନ୍ଦ୍ର ପଟ୍ଟନାୟକ ଓ ଶ୍ରମିକ ନେତା ଶ୍ରୀକାନ୍ତ ଟ୍ଟନାୟକ, ସମାଜସେବୀ ଦାମୋଦର ସାହୁ, କାଉନସିଲର ନେତ୍ରାନନ୍ଦ ସାହୁ ସମେତ ବହୁ ସମାଜସେବୀ ଉପସ୍ଥିତ ଥିଲେ।





