Monday, April 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚିନିକଳ ପୁନଃ କାର୍ଯ୍ୟକ୍ଷମ ଦାବିରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର

by ସଞ୍ଜୟ ସ୍ୱାଇଁ
February 12, 2020
in Feature News
ଚିନିକଳ ପୁନଃ କାର୍ଯ୍ୟକ୍ଷମ ଦାବିରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର
29
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା ବ୍ୟୁରୋ) : ନୟାଗଡ଼ ଚିନି କଳକୁ ପୁନଃ ଚାଲୁ କରିବା ଦାବିରେ ଆନ୍ଦୋଳନ ଥମୁ ନଥିବା ବେଳେ ଆଜି ଏ ନେଇ ଚିନିକଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ୨୦୧୫ ମସିହାରୁ ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ର ବେଆଇନ୍ ଭାବେ ନୟାଗଡ଼ ଚିନି କଳରେ ତାଲା ପକାଇ ଫେରାର୍ ହୋଇଯାଇଥିବା ବେଳେ ଆଜି ଯାଏ ସମ୍ପୃକ୍ତ କମ୍ପାନୀ ଜିଲ୍ଲାର ଶହ ଶହ ଆଖୁ ଚାଷୀ ଓ କର୍ମଚାରୀଙ୍କ ବକେୟା ପ୍ରାପ୍ୟ ନ ଦେଇ ହଜାର ହଜାର ଚାଷୀ ପରିବାରଙ୍କୁ ଆର୍ଥିକ ଦୂରବସ୍ଥା ମଧ୍ୟକୁ ଠେଲିଦେଇଛି । ନୟାଗଡ଼ ଚିନିକଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗତ ୫ ବର୍ଷ ଧରି ବନ୍ଦ ପଡ଼ିଥିବା ଚିନିକଳୁ ଚାଲୁ କରିବା ପାଇଁ ଜିଲ୍ଲାରେ ବାରମ୍ବାର ଆନ୍ଦୋଳନ ଡାକରା ଦିଆଯାଇଥିବା ପରେ ମଧ୍ୟ ପ୍ରଶାସନ ଏ ଦିଗରେ କୌଣସି କର୍ଣ୍ଣପାତ କରୁନାହିଁ । ଅନ୍ୟପକ୍ଷେ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ବିଧାୟକ ଏବଂ ସାଂସଦମାନଙ୍କୁ ନେଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବାରମ୍ବାର ଆଲୋଚନା କରାଯାଇଥିଲେ ମଧ୍ୟ ଏଯାଏଁ କୌଣସି ସୁଫଳ ମିଳୁନାହିଁ । ନିକଟରେ ଏହି ଚିନିକଳକୁ ପୁନଃ ଚାଲୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନୟାଗଡ଼ରୁ ଶତାଧିକ ଚାଷୀ ଓ ଚିନିକଳ କର୍ମଚାରୀ ୧୦୦ କି.ମି. ପଦଯାତ୍ରା କରି ନବୀନ ନିବାସ ଅଭିମୁଖେ ଆସୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ତରଫରୁ କୌଣସି ଆଲୋଚନା ପାଇଁ ଡକାଗଲା ନାହିଁ । ଅନ୍ୟପକ୍ଷେ ଜାତୀୟ ପତାକା ଧରି ଶତାଧିକ ଚାଷୀ ଓ କ୍ରିୟାନୁଷ୍ଠାନ କମିଟି ସଦସ୍ୟ ଶାନ୍ତିପୂର୍ଣ୍ଣ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଉଥିବା ବେଳେ ପୋଲିସ୍ ବଳ ପୂର୍ବକ ଭାବେ ଚାଷୀମାନଙ୍କୁ ଉଠାଇ ନେଲା । ଏଣୁ ଏ ଦିଗରେ ରାଜ୍ୟର ତୃତୀୟ ଚିନିକଳ ତଥା ନୟାଗଡ଼ ଜିଲ୍ଲାର ଏକମାତ୍ର କୃଷିଭିତ୍ତିକ ଶିଳ୍ପ ନୟାଗଡ଼ ଚିନିକଳକୁ ତୁରନ୍ତ ଚାଲୁ କରିବା ଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ସହ କର୍ମଚାରୀ ଓ ଆଖୁ ଚାଷୀଙ୍କର ୭ କୋଟିରୁ ଊର୍ଦ୍ଧ୍ୱ ବକେୟା ଟଙ୍କା ଭରଣା କରିବା ପାଇଁ ପଦକ୍ଷେପ ନେବାକୁ ଆଜି ରାଜ୍ୟପାଳଙ୍କୁ ଭେଟି ନୟାଗଡ଼ ଚିନିକଳ କ୍ରିୟାନୁଷ୍ଠାନ କମିଟି ଦାବି ଜଣାଇଛି । ନୟାଗଡ଼ ଚିନିକଳ କ୍ରିୟାନୁଷ୍ଠାନ କମିଟି ସଦସ୍ୟ – ବିଶ୍ୱନାଥ ମହାପାତ୍ର, ସନ୍ତୋଷ କୁମାର ପ୍ରଧାନ, ମନୋଜ କୁମାର ସାହୁ, ଶିବରାମ ମହାପାତ୍ର, ଯୋଗେନ୍ଦ୍ର କୁମାର ଖୁଣ୍ଟିଆ ପ୍ରମୁଖ ଆଜି ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇଛନ୍ତି । ଅନ୍ୟପକ୍ଷେ ଆଗାମୀ ଦିନରେ ସରକାର ନୟାଗଡ଼ ଚିନିକଳକୁ ତୁରନ୍ତ ଚାଲୁ କରିବା ଦିଗରେ କୌଣସି ପଦକ୍ଷେପ ନ ନେଲେ ଆଗମୀ ମାର୍ଚ୍ଚ ୬ ତାରିଖରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନୟାଗଡ଼ ଜିଲ୍ଲା ବନ୍ଦ ଡାକରା ଦେବାକୁ ଚେତାବନି ଦିଆଯାଇଛି ।

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026
୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି:ପରବର୍ତ୍ତୀ ସମୟରେ ବଢ଼ିପାରେ !

୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି:ପରବର୍ତ୍ତୀ ସମୟରେ ବଢ଼ିପାରେ !

April 19, 2026
ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

April 18, 2026
ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

April 18, 2026
ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

April 18, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!