Tuesday, June 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନକଲିଙ୍କ ପ୍ରାଧାନ୍ୟ ବଢ଼ୁଛି, ଅସଲିଙ୍କ ପ୍ରାଧାନ୍ୟ କମୁଛି

by ସଞ୍ଜୟ ସ୍ୱାଇଁ
January 19, 2020
in Literature
ନକଲିଙ୍କ ପ୍ରାଧାନ୍ୟ ବଢ଼ୁଛି, ଅସଲିଙ୍କ ପ୍ରାଧାନ୍ୟ କମୁଛି
27
VIEWS
Share on FacebookShare on Twitter

ନୟାଗଡ଼ ସାଂସ୍କୃତିକ ମହୋତ୍ସବ ‘ଚିତ୍ରରଙ୍ଗ’ ଦ୍ୱିତୀୟ ଦିବସ
ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ରାଗେଶ୍ରୀ ନିଳୟମ ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ଆନୁକୂଲ୍ୟରେ ଆୟୋଜିତ ନୟାଗଡ଼ ସାଂସ୍କୃତିକ ମହୋତ୍ସବ ଚିତ୍ରରଙ୍ଗ ଦ୍ୱିତୀୟ ଦିବସରେ ସାହିତ୍ୟ ଆଲୋଚନା ପର୍ବ ସହ କମଳା ନାଟକ ମଂଚସ୍ଥ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଶଶୀଭୂଷଣ ଶତପଥୀ ଯୋଗ ଦେଇଥିଲେ । ଆଜିର ଦିନରେ କଳା, ସାହିତ୍ୟ, ସଂସ୍କୃତି ଆଗେଇଲେ ଜାତିର ଟେକ ରହିବ ବୋଲି ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ କହିଥିଲେ । ଆଜିର ସମାଜରେ ନକଲି ମାନଙ୍କ ପ୍ରାଧାନ୍ୟ ବଢ଼ୁଛି ଏବଂ ଅସଲି ମାନଙ୍କ ପ୍ରାଧାନ୍ୟ କମୁଛି ବୋଲି କହିବା ସହ ଅସଲିମାନେ ମେଘ ଆଢ଼ୁଆଳରୁ ସୂର୍ଯ୍ୟ ବାହାରିବା ପରି ସଠିକ ସମୟରେ ସାମ୍ନାକୁ ଆସୁଛନ୍ତି ବୋଲି କହିଥିଲେ । ସୂର୍ଯ୍ୟ ଯେପରି ନିରନ୍ତର ସତ୍ୟ ଅସଲିମାନେ ମଧ୍ୟ ସେହିପରି ନିରନ୍ତର ସତ୍ୟ ବୋଲି ଡ. ସାହୁ କହିଛନ୍ତି । ଏହି ଅବସରରେ ବିଜୟ ତେନ୍ଦୁଲକରଙ୍କ ରଚିତ ତଥା ଚିନ୍ନୟ ଷଡ଼ଙ୍ଗୀଙ୍କ ଅନୁବାଦ ନାଟକ କମଳା ମଂଚସ୍ଥ ହୋଇଯାଇଛି । ଅଭିନ୍ନ ରାଉତରାୟଙ୍କ ନିର୍ଦ୍ଦେଶିତ ଏହି ନାଟକକୁ ଦର୍ଶକ ଉପଭୋଗ କରିଛନ୍ତି । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସମାଜସେବା, ନାଟକ, ସାହିତ୍ୟ, ଅଭିନୟ, ଚିତ୍ରକଳା, ଶିକ୍ଷା, ସଂଗୀତ କ୍ଷେତ୍ରରେ ସୁନାମ ଅର୍ଜ୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏଥି ସହିତ ସମୟର ଡାକ ଏବଂ କପୋତର ସ୍ୱର ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଛନ୍ତି । ରାଗେଶ୍ରୀ ନିଳୟମର ସଭାପତି ପ୍ରଭାତ କୁମାର ଦାଶ ଏବଂ ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଗଣେଶ ମିଶ୍ର ସଂଯୋଜନା କରିଥିଲେ । ପୂର୍ବାହ୍ନରେ ଆୟୋଜିତ ସାହିତ୍ୟ ସଭାରେ ଅତିଥି ଭାବେ ନ୍ୟାଟକାର ଡ. ବିଜୟ କୁମାର ଚୈାଧୁରୀ, ଡ. ଭାରତ ଭୂଷଣ ରଥ, କବି ବସିରନ ବିବି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନୟାଗଡ଼ର ପଥିତଯଶା ଓ ଯୁବ ସାହିତ୍ୟିକଙ୍କ ଆସର, କବିତା ପାଠ, ତର୍କ ବିତର୍କ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!