Thursday, October 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚିନିକଳ କ୍ରିୟାନୁଷ୍ଠାନ କମିଟି ପୁର୍ନଗଠିତ

by ସଞ୍ଜୟ ସ୍ୱାଇଁ
May 18, 2020
in Politics
ଚିନିକଳ କ୍ରିୟାନୁଷ୍ଠାନ କମିଟି ପୁର୍ନଗଠିତ
52
VIEWS
Share on FacebookShare on Twitter

ସନ୍ତୋଷ ସଭାପତି, ଶ୍ରୀଧର ସଂପାଦକ

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଚିନିଶିଳ୍ପ କ୍ରିୟାନୁଷ୍ଠାନ କମିଟି ପୁର୍ନଗଠିତ ହୋଇଥିବା ଜଣାଯାଇଛି । କ୍ରିୟାନୁଷ୍ଠାନ କମିଟି ଆବାହକ ବିଶ୍ୱନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପାଣିପୋଇଲା ସ୍ଥିତ ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ଏକ ସମାବେଶରେ ଏନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । ନୂତନ ସଭାପତି ଭାବେ ନୟାଗଡ଼ର ଯୁବ ନେତା ସନ୍ତୋଷ କୁମାର ପ୍ରଧାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଉପସଭାପତି ଭାବେ ରମେଶ ଚନ୍ଦ୍ର ବିଶ୍ୱାଳ, ସଂପାଦକ ଭାବେ ଶ୍ରୀଧର ବିଶ୍ୱାଳ, କୋଷାଧ୍ୟକ୍ଷ ଭାବେ ଲକ୍ଷ୍ମୀଧର ସାହୁ ଏବଂ ଉପଦେଷ୍ଟା ଭାବେ ବିଶ୍ୱନାଥ ମହାପାତ୍ର ଏବଂ ମନୋଜ କୁମାର ସାହୁଙ୍କୁ ମନୋନୀତ କରାଯାଇଛି । ଏଥିସହିତ ଦଶ ଜଣିଆ କମିଟି ସଭ୍ୟ ମଧ୍ୟ ମନୋନୀତ ହୋଇଥିବା ଜଣାଯାଇଛି । ୨୦୧୫ ମସିହାରୁ ନୟାଗଡ଼ ଚିନିଶିଳ୍ପ ବନ୍ଦ ପଡ଼ିଥିବା ବେଳେ ଏହାକୁ ପରିଚାଳନା ଦାୟିତ୍ୱ ନେଇଥିବା ଶିଳ୍ପପତି ତୈଲୋକ୍ୟ ମିଶ୍ର ଚାଷ, ଶ୍ରମିକଙ୍କ କୋଟି କୋଟି ଟଙ୍କା ବକେୟା ରଖିଛନ୍ତି । ଚିନିକଳ କର୍ମଚାରୀଙ୍କ ପାଇଁ ଦୀର୍ଘ ଦିନ ହେବ ଲଢ଼େଇ କରୁଥିବା ଶ୍ରମିକ ନେତା ଯୋଗେନ୍ଦ୍ର ଖୁଣ୍ଟିଆଙ୍କ ନିକଟରେ ପରଲୋକ ଘଟିଥିବା ବେଳେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରିବାକୁ ନୂତନ କମିଟି କାର୍ଯ୍ୟ ଆରମ୍ଭ କରିବ ବୋଲି ସଭାପତି ଶ୍ରୀଯୁକ୍ତ ପ୍ରଧାନ ସୂଚନା ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!