ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଚିନିଶିଳ୍ପର ଆକଳନ ଆଜି ପ୍ରଶାସନ ପକ୍ଷରୁ କରାଯାଇଛି । ଏହି ପ୍ରରିପେକ୍ଷିରେ ଜଣାଯାଇଛି ଯେ, ସମବାୟ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଏହି ଚିନିଶିଳ୍ପର ଯନ୍ତ୍ରାଂଶ ସୁରକ୍ଷିତ ରହିଛି । ଫଳରେ ବିଗତ ଦିନରେ ଚିନିଶିଳ୍ପରୁ ଯନ୍ତ୍ରାଂଶ ଚୋରୀ ହେଉଥିବା ନେଇ ଆସୁଥିବା ଖବର ଏକ ଗୁଜବ ବୋଲି ଜଣାଯାଇଛି । ଛୋଟମୋଟ ଜିନିଷକୁ ଛାଡ଼ିଦେଲେ ଅନେକ ଯନ୍ତ୍ରାଂଶ ସୁରକ୍ଷିତ ଥିବା ଜଣାଯାଇଛି । ଅନ୍ୟପକ୍ଷେ, ଏଠାରୁ ଯେଉଁ କାଠ ଏବଂ ଛୋଟ ଜିନିଷ ଚୋରୀ ହେଉଥିଲା ତାହା ପଛରେ କିଛି ନିଦ୍ଧିଷ୍ଟ କର୍ମଚାରୀଙ୍କ ହାତ ଥିବା ଜଣାଯାଇଛି ।






