ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଚାନ୍ଦପୁରରେ ସୃଷ୍ଟି ହୋଇଛି ଗୋଷ୍ଠୀ ସଂକ୍ରମଣ ଭୟ । ପୂର୍ବରୁ ଏହି ପଂଚାୟତ ୧୫ ନଂ ୱାର୍ଡ଼ରୁ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା କାରଣରୁ ୨୦ ତାରିଖରେ ଅନେକ ଲୋକଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଥିଲା । ଏହି ସ୍ୱାବ ରିର୍ପୋଟ ବିଳମ୍ବରେ ତଥା ୨୬ ତାରିଖରେ ଆସିବା ବେଳକୁ ନୂଆ ୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଅନେକ ଲୋକଙ୍କ ରିର୍ପୋଟ ଏବେ ବି ଆସି ନଥିବାରୁ ଏହି ପଂଚାୟତରେ ଗୋଷ୍ଠୀ ସଂକ୍ରମଣକୁ ଲକ୍ଷ କରି ସରପଂଚ ଜିତେନ୍ଦ୍ର କୁମାର ସାହୁ ପଂଚାୟତକୁ ୨୭ ତାରିଖ ସଂନ୍ଧ୍ୟାରୁ ୨ ତାରିଖ ପର୍ଯ୍ୟନ୍ତ ସଟ୍ଡାଉନ୍ କରିଥିବା ବେଳେ ଏହି ଅଂଚଳର ସମସ୍ତ ଦୋକାନ ବଜାର ବନ୍ଦ କରିବାକୁ ପରାମର୍ଶ ଦେଇଛନ୍ତି ।






