Saturday, April 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏନ୍‌ଏଚ୍‌ରୁ ଲଙ୍କା ଟ୍ରକ ଡକାୟତୀ, ଗାଡ଼ି ଜବତ

by Anil Panda
July 4, 2020
in Crime, Feature News
ଏନ୍‌ଏଚ୍‌ରୁ ଲଙ୍କା ଟ୍ରକ ଡକାୟତୀ, ଗାଡ଼ି ଜବତ
41
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ତାଲା ବନ୍ଦ କଟକଣା କୋହଳ ହେବା ପରେ ଚାନ୍ଦପୁର ଅଂଚଳରେ ଡକାୟତ ଗ୍ୟାଙ୍ଗ ତୀବ୍ର ମାତ୍ରରେ ସକ୍ରିୟ ହୋଇଛନ୍ତି । ଚାନ୍ଦପୁର ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥକୁ ଡକାୟତ ଗୋଷ୍ଠୀ ଲୁଟ କରିବାର ମୁଖ୍ୟ ସୋତ୍ର ଭାବେ ଆପଣେଇଛନ୍ତି । ଗତକାଲି ବିଳମ୍ବିତ ରାତ୍ରିରେ ଚାନ୍ଦପୁର ବାଇପାସ୍ ନିକଟରୁ ମାରଣାସ୍ତ୍ର ଦେଖାଇ ଲଙ୍କା ବୋଝେଇ ଟ୍ରକକୁ ଡକାୟତ ଗୋଷ୍ଠୀ ଲୁଟି ନେଇଥିବା ବେଳେ ଚାନ୍ଦପୁର ପୁଲିସ ବେଶ ସଫଳତାର ସହ ଟ୍ରକ ଓ ଡ୍ରାଇଭରକୁ ଉଦ୍ଧାର କରିଥିବା ଜଣାଯାଇଛି । ସୂଚନାନୁସାରେ, ଲଙ୍କା ବୋଝେଇ ଟ୍ରକ ଆନ୍ଧ୍ରପ୍ରଦେଶରୁ ପଶ୍ଚିମବଙ୍ଗ ଅଭିମୂଖେ ଯାଉଥିବା ବେଳେ ଚାନ୍ଦପୁର ବାଇପାସ ନିକଟରୁ ଏକ ବୋଲେରୋ ଗାଡ଼ିରେ ୪ ଜଣ ଡକାୟତ ଆସି ଲଙ୍କା ଗାଡ଼ିରେ ଆଡ଼ ପକାଇଥିଲେ । ଟ୍ରକରୁ ହେଲପରକୁ ଓହ୍ଲାଇ ଦେଇ ଡକାୟତମାନେ ଗାଡ଼ି ଓ ଟ୍ରାଇଭରକୁ ନେଇ ଚମ୍ପଟ ମାରିଥିଲେ । ଟ୍ରକ ଡ୍ରାଇଭର ଚାଲି ଚାଲି ଆସି ପେଟ୍ରୋଲିଂ କରୁଥିବା ଚାନ୍ଦପୁର ପୁଲିସକୁ ଖବର ଦେଇଥିଲେ । ଖବରପାଇ ଚାନ୍ଦପୁର ପୁଲିସ ଜିପିଏସ୍ ସହାୟତାରେ ଟ୍ରକ୍କକୁ ପିଛା କରି କରିଥିଲେ । ଫଳରେ ଡକାୟତମାନେ ପୁଲିସ ଗାଡ଼ି ପିଛା କରୁଥିବା ଜାଣିପାରି ଟ୍ରକକୁ ବାଘମାରି ନିକଟ ଗୁଡ଼ମ ଜଙ୍ଗଲରେ ଛାଡ଼ି ଦେଇ ଫେରାର ହୋଇ ଯାଇଥିଲେ । ଘଟଣାସ୍ଥଳରେ ଚାନ୍ଦପୁର ପୁଲିସ ପଂହଚି ସୁରକ୍ଷିତ ଭାବେ ଟ୍ରକକୁ ଉଦ୍ଧାର କରି ଥାନାକୁ ଆଣିବା ସହ ତଦନ୍ତ ଚଳାଇଥିବା ଜଣାଯାଇଛି ।

Leave a Reply Cancel reply

Your email address will not be published. Required fields are marked *

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

April 17, 2026
ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026
ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

April 16, 2026
ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

April 16, 2026
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!