ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ଚିହ୍ନଟ ହୋଇଥିବା ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ମୋଟ ୮୪ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି । ପୂର୍ବରୁ ସୁସ୍ଥଙ୍କ ସଂଖ୍ୟା ୭୬ ଥିବା ବେଳେ ଆଜି ୮ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି । ଏହି ୮ ଜଣଙ୍କ ମଧ୍ୟରେ ନୟାଗଡ଼ ବ୍ଲକରୁ ୨ ଜଣ ହୋଇଥିବା ବେଳେ ଓଡ଼ଗାଁ ବ୍ଲକରୁ ୬ ଜଣ ବୋଲି କୋଭିଡ୍ ନୋଡାଲ୍ ଅଧିକାରୀ ଧନରାଜ୍ ଏଚ୍ଡି ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ, ଜିଲ୍ଲାପାଳ ଡ. ପୋମା ଟୁଡୁ ବାଲୁଗାଁ ପଂଚାୟତ ଖେଡ଼ପଡ଼ା ଗ୍ରାମରୁ ଆଜି କଣ୍ଟେନ୍ମେଣ୍ଟ ପ୍ରତ୍ୟାହାର କରିଛନ୍ତି । ଏହି ଅଂଚଳରେ ସ୍ୱାବ ପରୀକ୍ଷା ପାଇଁ ପଠା ଯାଇଥିବା ସମସ୍ତ ରିର୍ପୋଟ ନେଗେଟିଭ୍ ଆସିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି ।





