ନୟାଗଡ଼, (ବାଘୁଆବାର୍ତ୍ତା) : ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ଶହେ ଛୁଇଁଥିବା ବେଳେ ନୟାଗଡ଼ ଜିଲ୍ଲାରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ନୟାଗଡ଼ ଜିଲ୍ଲାରୁ ଆଜି ୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାଯାଇଛି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ମହିଳା ଓ ୬ ଜଣ ପୁରୁଷ ରହିଥିବା ଜଣାଯାଇଛି । ସେମାନଙ୍କ ମଧ୍ୟରେ ଦଶପଲ୍ଲା ବ୍ଲକରୁ ୩ ଜଣ ରହିଥିବା ବେଳେ ଓଡ଼ଗାଁ ବ୍ଲକରୁ ୩ ଜଣ ଏବଂ ରଣପୁର ବ୍ଲକରୁ ଜଣେ ଆକ୍ରାନ୍ତ ରହିଥିବା ଜଣାଯାଇଛି ।






