ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜ ସୁନାଖଳାର ବିଭିନ୍ନ ଅଂଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସରପଂଚ ସଶ୍ମିତା ସାହୁ ଏହାକୁ ୪ ଦିନ ପାଇଁ ସଟ୍ଡାଉନ୍ ଘୋଷଣା କରିଥିବା ଜଣାଯାଇଛି । ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ରାଜ ସୁନାଖଳା ପଂଚାୟତ ଏବଂ ବଜାରକୁ ସଂମ୍ପର୍ଣ୍ଣ ବନ୍ଦ ଘୋଷଣା କରାଯାଇଛି । ଆସନ୍ତାକାଲି ଅର୍ଥାତ ୮ ତାରିଖ ସକାଳ ୬ ଘଟିକାଠାରୁ ୧୧ ତାରିଖ ରାତି ୯ ଘଟିକା ପର୍ଯ୍ୟନ୍ତ ସଟ୍ଡାଉନ୍ କରାଯାଇଥିବା ଜଣାଯାଇଛି । ଏନେଇ ସରପଂଚ ବ୍ଲକ ଏବଂ ଜିଲ୍ଲା ପ୍ରଶାସନକୁ ଅବଗତ କରିଥିବା ଜଣାଯାଇଛି ।






