ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୧୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩ ରେ ପଂହଚିଛି । ସେଥିମଧ୍ୟରେ ୧୩୭ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୬ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଖୋର୍ଦ୍ଧା ୧୬, ନୟାଗଡ଼ ୧୩, କଟକ ୨୦, ଜଗତସିଂହପୁର ୧, ଅନୁଗୁଳ ୧, ଢେଙ୍କାନାଳ ୩, ଭଦ୍ରକ ୪, କଳାହାଣ୍ଡି ୬, କେନ୍ଦୁଝର ୨, ଗଂଜାମ ୩୨, ସୁନ୍ଦରଗଡ଼ ୧୨, କେନ୍ଦ୍ରାପଡ଼ା ୧୦, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗିର ଜିଲ୍ଲାରୁ ଜଣେ ଲେଖାଁଏ, ସମ୍ବଲପୁର ଜିଲ୍ଲାରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଜଣ ଏନ୍ଡିଆର୍ଏଫ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୬୨ଟି ମାମଲା ସକ୍ରିୟ ରହିଥିବା ୩୭୨୦ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି । ଅନ୍ୟପକ୍ଷେ ନୟାଗଡ଼ ଜିଲ୍ଲାରେ ପୂର୍ବ ୧୨୦ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୧୩୩ରେ ପଂହଚିଛି । ଏହି ୧୩ ଜଣଙ୍କ ମଧ୍ୟରୁ ୬ ଜଣ ସୁନା ବ୍ୟବସାୟୀଙ୍କ ପରିବାର ସଦସ୍ୟ ଏବଂ ଜଣେ ପୁଲିସ କର୍ମଚାରୀ ରହିଥିବା ବେଳେ ଅନ୍ୟ ୬ ଜଣଙ୍କ ସଂମ୍ପର୍କରେ ଅନୁସନ୍ଧାନ ଜାରି ରହିଛି ।





