Wednesday, July 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନା ଓ ସ୍ୱଚ୍ଛତା ସମ୍ପର୍କିତ ସଚେତନତା ସଭା

by Anil Panda
August 24, 2020
in Nayagarh
କରୋନା ଓ ସ୍ୱଚ୍ଛତା ସମ୍ପର୍କିତ ସଚେତନତା ସଭା
291
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ବ୍ଲକ୍ ଅନ୍ତର୍ଗତ ଇଟାମାଟି ଗ୍ରାମପଞ୍ଚାୟତର ପାନାଦେବୀ ବିଦ୍ୟାଳୟଠାରେ ଜିଲ୍ଲାର ଅଗ୍ରଣି ସ୍ୱେଚ୍ଛାସେବୀ ଅନୁଷ୍ଠାନ ମୈତ୍ରୀ ଯୁବସଂସଦ ନୟାଗଡ଼ ଆଜାଦ ୍‌ହିନ୍ଦ ଯୁବ ସଂସଦ ମାଙ୍କପଲ୍ଲୀ ଓ ଆଞ୍ଚଳିକ ମହିଳା ଉନ୍ନୟନ କମିଟି ଉଟାମାଟିଙ୍କ ମିଳିତ ସହଯୋଗରେ ଫାନ୍‌ସା ଇଣ୍ଡିଆ ଓ ଭାରତୀୟ ଯୁବବିକାଶ ସଂସ୍ଥା ସହାୟତାରେ ଏକ ସଚେତନତା ସଭା ମୈତ୍ରୀ ଯୁବ ସଂସଦର ସମ୍ପାଦକ ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ସାମାଜିକ ଦୂରତ୍ୱ ରକ୍ଷାକରି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟଅତିଥି ରୂପେ ଅବସରପ୍ରାପ୍ତ ଅଧ୍ୟାପକ ରଙ୍ଗନାଥ ବେହେରା ଯୋଗଦେଇ କରୋନା ମହାମାରିରୁ ରକ୍ଷାପାଇବା ପାଇଁ ଆମେ ସରକାରଙ୍କ କୋଭିଡ୍‌-୧୯ ନିୟମ ମାନି ଚଳିବା ପାଇଁ ପରାମର୍ଶ ଦେଇଥିଲେ । ଆରୋଗ୍ୟସେତୁ ଆପ୍ ଭଳି ବୈଷୟିକ ଜ୍ଞାନର ବ୍ୟବହାର ଉପରେ ପ୍ରାଧାନ୍ୟ ଦେଇଥିଲେ । ଏହି ରୋଗର ଉତ୍ପତି କେଉଁଠାରୁ ଆରମ୍ଭ ହୋଇଥିଲା ଏବଂ ଆମ୍ଭେମାନେ ଏହି ରୋଗରୁ ରକ୍ଷା ପାଇବା ପାଇଁ କ\’ଣ କରିବା ଉଚିତ୍ ଏବଂ କଣ ନକରିବା ତାହା ଉପରେ ନିଜର ସୁଚିନ୍ତିତ ମତାମତ ରଖିଥିଲେ । ଅନ୍ୟତମ ଅତିଥି ରୂପେ ଅବସରପ୍ରାପ୍ତ ଶିକ୍ଷକ ତଥା ପରିବେଶବିତ୍ ଅନାଦି ଚରଣ ମହାନ୍ତି ବକ୍ତବ୍ୟ ଛଳରେ ଏହି ରୋଗକୁ ନଡରି ଏହାର ମୁକାବିଲା କରିବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥିରୂପେ ଆଜାଦ୍‌ହିନ୍ଦ ଯୁବ ସଂସଦର ସମ୍ପାଦକ ପ୍ରଫୁଲ୍ଲ କୁମାର ବେହେରା, ଆଞ୍ଚଳିକ ମହିଳା ଉନ୍ନୟନ କମିଟିର ସଂଗଠିକା ଅମିତା ପ୍ରଧାନ ପ୍ରମୁଖ ଯୋଗଦେଇ ହାତଧୋଇବା, ମାସ୍କ ପିନ୍ଧିବା, ଜରୁରୀ କାମ ନଥିଲେ ବାହାରକୁ ନଯିବା ଉପରେ ଗୁରୁତ୍ୱ ଦେଇଥିଲେ । ଶେଷରେ ମୈତ୍ରୀ ଯୁବ ସଂସଦର କର୍ମୀ ସବିତାମୟୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!