ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କାୟା ମେଲାଇ ଚାଲିଥିବା ଆକ୍ରାନ୍ତ ସଂଖ୍ୟାରେ ପୁଣି ୨୯ ଯୋଡ଼ି ହୋଇଛି । ଜିଲ୍ଲାରେ ପୁଣି ୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ସର୍ବାଧିକ ନୟାଗଡ଼ ବ୍ଲକରୁ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଭାବେ ଗଣିଆ ବ୍ଲକରୁ ଜଣେ, ଭାପୁର ବ୍ଲକରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖଣ୍ଡପଡ଼ା ବ୍ଲକରୁ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୭ ଜଣଙ୍କ ମଧ୍ୟରେ ୫ ଜଣ ଗୋଟିଏ ଗ୍ରାମର ହୋଇଥିବା ବେଳେ ୨ ଜଣ ଭିନ୍ନ ସ୍ଥାନର ବୋଲି ଜଣାଯାଇଛି । ସେହିଭଳି ଭାବେ ରଣପୁର ବ୍ଲକ ଡେଙ୍ଗେରାଝରୀ ଗ୍ରାମରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଚାନ୍ଦପୁର ଅଂଚଳରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏତଦ୍ବ୍ୟତିତ ଓଡ଼ଗାଁ ବ୍ଲକରୁ ପୁଣି ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତ ତାଲିକାରେ ୩ ଜଣ ଜିଲ୍ଲା ବାହାରେ କରୋନା ପରୀକ୍ଷା କରିଥିବା ଜଣାଯାଇଛି । ଅନ୍ୟପକ୍ଷେ, ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାର ମୋଟ ଆକ୍ରାନ୍ତ ସଂଖ୍ୟା ୭ ଶହ ଡେଇଁଥିବା ସ୍ପଷ୍ଟ ହୋଇଛି ।






