ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କାୟା ମେଲାଇ ଚାଲିଥିବା କରୋନା ଦ୍ୱାରା ଆଜି ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ମିଳିଥିବା ସୂଚନାନୁସାରେ, ୪ ବ୍ଲକରୁ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୬ ଜଣ ସ୍ଥାନୀୟ ସଂକ୍ରମଣ ହୋଇଥିବା ବେଳେ ଜଣେ ସଂଗରୋଧ କେନ୍ଦ୍ରରେ ରହିଥିଲେ । ଏମାନଙ୍କ ମଧ୍ୟରେ ଭାପୁର ବ୍ଲକରୁ ଜଣେ, ନୟାଗଡ଼ ବ୍ଲକରୁ ୩ ଜଣ, ଓଡ଼ଗାଁ ୨ ଜଣ, ରଣପୁରରୁ ସ୍ଥାନୀୟ ଜଣେ ଏବଂ ସଂଗରୋଧରୁ ଜଣେ ବୋଲି ଜଣାଯାଇଛି ।





