ନୟାଗଡ,(ବାଘୁଆବାର୍ତ୍ତା): କରୋନା ମହାମାରୀ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୨ ହଜାର ନିକଟତ୍ତର ହୋଇଥିବା ବେଳେ ନୟାଗଡ଼ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୫ରେ ପହଂଚିଛି । ନୟାଗଡ଼ ଜିଲ୍ଲାର ଭାପୁର ବ୍ଲକରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ରଣପୁର ବ୍ଲକରୁ ୧୧, ଓଡ଼ଗାଁ ବ୍ଲକରୁ ୨୬, ନୟାଗଡ଼ ବ୍ଲକରୁ ୧୧, ନୂଆଗାଁ ବ୍ଲକରୁ ୬, ଦଶପଲ୍ଲା ବକ୍ଲରୁ ୪, ଗଣିଆ ବ୍ଲକରୁ ୫, ଖଣ୍ଡପଡ଼ା ବ୍ଲକରୁ ଜଣେ କରୋନା ଆକ୍ରନ୍ତ ଚିହ୍ନଟ ହୋଇ ସାରିଛନ୍ତି । ଏହି ୬୫ ଜଣ ଆକ୍ରାନ୍ୱତଙ୍କ ମଧ୍ୟରୁ ପୂର୍ବରୁ ୧୦ ଜଣ ସୁସ୍ଥ ହୋଇଥିବା ବେଳେ ଆଜି ଭୂବନେଶ୍ୱର ସମ୍ ହସପିଟାଲରେ ଚିକିତ୍ସିତ ହେଉଥିବା ୧୧ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି । ଏହି ୧୧ ଜଣଙ୍କ ମଧ୍ୟରେ କୁରାଳ ସଂଗରୋଧରୁ ଚିହ୍ନଟ ହୋଇଥିବା ୧୦ ଜଣ କରୋନା ଆକ୍ରାନ୍ତ ରହିଥିବା ବେଳେ ଜଣେ ସୁନାମୁହିଁ ସଂଗରୋଧର ବୋଲି କୋଭିଡ୍ ନୋଡାଲ ଅଧିକାରୀ ଧନରାଜ୍ ଏଚ୍ଡି ସୂଚନା ଦେଇଛନ୍ତି । ଅନ୍ୟ ୪୪ ଜଣ କରୋନା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାଯାଇଛି । ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତମାନେ ଫେରିବା ପରେ ୧୪ ଦିନ ଆଇସୋଲେସନ୍ ସେଣ୍ଟରରେ ରହିବେ ବୋଲି ଜଣାଯାଇଛି ।






