ନୟାଗଡ଼, (ବାଘୁଆବାର୍ତ୍ତା) କରୋନା ମହାମାରୀ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏହା ନୟାଗଡ଼ ଜିଲ୍ଲାରେ ଏବେ ଅର୍ଦ୍ଧ ଶତକ ଛୁଇଁ ସାରିଛି । ଏନେଇ ଗତକିଛି ଦିନ ହେବ ଆମେ ଆଗୁଆ କରୋନା ସଂମ୍ପର୍କିତ ସୂଚନା ପ୍ରଦାନ କରି ଚାଲିଛୁ । ଅନ୍ୟ ଜିଲ୍ଲା ଭଳି ନୟାଗଡ଼ ଜିଲ୍ଲା ପ୍ରଶାସନ କରୋନା ସଂମ୍ପର୍କିତ କୈାଣସି ସୂଚନା ପ୍ରଧାନ କରୁନଥିବା ବେଳେ ବହୁତ ଅଙ୍କକଷା କରି ଆମେ ଆଗୁଆ ସୂଚନା ପ୍ରଦାନ କରି ଆସିଛୁ । ରାଜ୍ୟ ସରକାର କରୋନା ଆକ୍ରାନ୍ତଙ୍କ ସଂମ୍ପର୍କରେ ସୂଚନା ଦେବାର ଅବ୍ୟବହିତ ପୂର୍ବରୁ ଆମେ ନୟାଗଡ଼ ଆକ୍ରାନ୍ତ ସଂଖ୍ୟା ନେଇ ଯେଉଁ ସୂଚନା ପ୍ରଦାନ କରୁଥିଲୁ, ତାକୁ ନେଇ ଅନେକ ଇର୍ଷାନ୍ୱିତ ହୋଇ ଆମ ଗତିକୁ ରୋକିବାକୁ ବାରମ୍ବାର ଚେଷ୍ଟା କରିଛନ୍ତି । ମାତ୍ର ତାକୁ ଖାତିରି ନକରି ଆମେ, ଲୋକଙ୍କ ପାଇଁ ଖବର ପ୍ରଦାନ କରିବାକୁ ପ୍ରାଧାନ୍ୟ ଦେଇ ଆସିଛୁ । ଏହା ପଛରେ ଶହ ଶହ ଲୋକ ବାଘୁଆବାର୍ତ୍ତାକୁ ମେସେଜ୍ ଓ ହ୍ୱାଟସ୍ଆପ୍ ମାଧ୍ୟମରେ କରୋନା ଅପଡେଟ୍ ବିଷୟରେ ଜାଣିବା ପାଇଁ ପଚାରୁଥିବାରୁ ଏହା ଆମକୁ ପ୍ରେରଣା ଦେଇଛି । ଅନ୍ୟପକ୍ଷେ, ବାଘୁଆବାର୍ତ୍ତାର ଅନୁସନ୍ଧାନ ଅନୁସାରେ, ଆଜି ଜିଲ୍ଲାର ରଣପୁର ବ୍ଲକର ୬ ଜଣ ଏବଂ ଗଣିଆ ବ୍ଲକରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବାର ସମ୍ଭାବନା ରହିଛି । ଯଦି ଏହା ନିଶ୍ଚିତ ହେବ ତେବେ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୫୭ ଛୁଇଁବ ବୋଲି ଜଣାଯାଇଛି ।





